କେନ୍ଦ୍ରାପଡ଼ାରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଜିଲ୍ଲାରେ ଫନି ଯୋଗୁଁ ୩ ମୃତ

୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁବାର ଫନି ସମୀକ୍ଷା ପାଇଁ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ଫନି ଯୋଗୁଁ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ପୂର୍ବରୁ କେନ୍ଦ୍ରାପଡ଼ାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଶଂସନୀୟ। ଲୋକଙ୍କର ଜୀବନକୁ ଆମେ ସୁରକ୍ଷିତ କରିପାରିଛୁ। ବିଦ୍ୟୁତ ସଂଯୋଗ ୮୦ ପ୍ରତିଶତ ଏଯାଏଁ କରାଯାଇପାରିଛି। ଖୁବ୍‌ କମ୍‌ ଦିନରେ ଶତପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ଭୁବନେଶ୍ୱରରୁ କିଛି ବିଦ୍ୟୁତ ଜିନିଷ ଆସୁଛି। ଏଗୁଡ଼ିକ ଆଜି ସନ୍ଧ୍ୟା ସୁଦ୍ଧା ପହଂଚିବ ଏବଂ ଦିନେ ଦୁଇ ଦିନ ମଧ୍ୟରେ ସବୁ ଅସୁବିଧା ସମାଧାନ ହୋଇଯିବ। ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବାତ୍ୟା ପାଇଁ ଭଲ ପ୍ରସ୍ତୁତ କରାଯାଇଥିଲା।

ଜଳ ଯୋଗାଣ କାମ ପୂର୍ବରୁ କରାଯାଇଛି। ରିଲିଫ ଯୋଗାଣ କାମ ପୂର୍ବଭଳି ଜାରି ରହିଛି। ଆଶ୍ରୟସ୍ଥଳରେ ଯେପରି କାହାର ଖାଇବା-ପିଇବା ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି।

ସମ୍ବନ୍ଧିତ ଖବର