କୋଟିଆରୁ ଫେରୁଥିବା ବେଳେ ହୃଦଘାତରେ କଂଗ୍ରେସ କର୍ମୀଙ୍କ ମୃତ୍ୟୁ

ପଟ୍ଟାଙ୍ଗୀ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ବିବାଦୀୟ କୋଟିଆ ଅଞ୍ଚଳ ଗସ୍ତରେ କଂଗ୍ରେସର ଏକ ଟିମ ଯାଇଥିଲେ। ଉକ୍ତ ଟିମ ସହିତ ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ବିଭିନ୍ନ କର୍ମୀମାନେ ମଧ୍ୟ ଯାଇଥିଲେ। ଫେରିବା ସମୟରେ ରାୟଗଡାର ସନ୍ତୋଷ କୁମାର ମହାନ୍ତି(୪୩) ସନ୍ଧ୍ୟା ୬ଟା ବେଳେ ମାଳିମାର୍ଲା ଗ୍ରାମ ଠାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ସାଥିରେ ଥିବା କର୍ମୀ ମାନେ ତୁରନ୍ତ କୁନ୍ଦୁଲି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ। ମୃତଦେହ ଖବରଲେଖା ହେବା ପର୍ଯ୍ୟନ୍ତ କୁନ୍ଦୁଲି ଡାକ୍ତରଖାନାରେ ହିଁ ରହିଥିବା ଜଣାପଡିଛି ଓ ଘଟଣାସ୍ଥଳରେ କୋରାପୁଟ ସାଂସାଦ ସପ୍ତଗିରି ଉଲ୍ଲାକା, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା, ରୂପକ ତୁରୁକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିବା ଜଣାପଡିଛି। ତାଙ୍କ ପରିବାର ଲୋକେ ଆସିବାପରେ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର