ହାରାହାରି ୬୦ ପ୍ରତିଶତ ଉପସ୍ଥାନ; ଶ୍ରେଣୀଗୃହରେ ବସିଲେ, କଳାପଟାରେ ପଢ଼ିଲେ

କଟକ: ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଆଉ ଆଶା। ଦୀର୍ଘ ୯ ମାସ ବ୍ୟବଧାନରେ ସ୍କୁଲ୍ ଖୋଲିଲା। ସ୍ବାଭାବିକ ଭାବେ ପାଠପଢିବା ଆଉ ପଢାଇବାର ସୁଯୋଗ ଆସିଲା। ଅଭିଭାବକଙ୍କ ମନରେ କିନ୍ତୁ ଉତ୍କଣ୍ଠା ଆଉ ଆଶଙ୍କା। କରୋନା ସଂକ୍ରମଣ ବଢି ଯିବ ନାହିଁ ତ? ସେମାନଙ୍କ ପିଲା ସ୍କୁଲ ଯାଇ ସୁରକ୍ଷିତ ରହିବେ ତ? ଏ ବ୍ୟବସ୍ଥା କେତେ ଫଳପ୍ରଦ ହେବ? କିନ୍ତୁ ମୋବାଇଲ୍ ଫୋନ୍ ଅନଲାଇନରୁ ମୁକୁଳି ଶ୍ରେଣୀଗୃହ, କଳାପଟାରେ ପାଠପଢାକୁ ନେଇ ସମସ୍ତେ ଖୁସି। ଅବଶ୍ୟ ପ୍ରଥମ ଦିନରେ ହାରାହାରି ଭାବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୬୦ ପ୍ରତିଶତରୁ କମ୍ ରହିଛି। କିନ୍ତୁ ଦୁଇ ଦିନରେ ଏହା ଶହେ ପ୍ରତିଶତ ପହଞ୍ଚିବ ବୋଲି ସମସ୍ତେ ଆଶାବାଦୀ। ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଯଥା ସମ୍ଭବ ସବୁଠି ବିଶୋଧନ, ସାମାଜିକ ଦୂରତ୍ବ, ମାସ୍କ୍, ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି। ସ୍କୁଲ ଭିତରକୁ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମାପିବା ବ୍ୟବସ୍ଥା ବି ହୋଇଛି।

ଅଣ୍ଡରଟେକିଂ ଆଣି ନଥିବା ପିଲାଙ୍କୁ ଫେରାଇ ଦେଇଛୁ
ଆଜି ପିଲାଙ୍କୁ ଦେଖିବା ଓ ପଢ଼ାଇବା ଏକ ଅଲଗାପ୍ରକାର ଖୁସି ଆଣିଛି। ପ୍ରଥମ ଦିନରେ ପାଖାପାଖି ୭୦ରୁ ୮୦ପ୍ରତିଶତ ଉପସ୍ଥାନ ରହିଛି। ୩ଟି ସେକ୍ସନ ପାଇଁ ଅଲଗା ସମୟରେ ୩ଥର ରିସେସ୍‌ ହୋଇଥିଲା। ରିସେସ୍‌ରେ ପିଲାମାନେ ନିଜ ସିଟ୍‌ରେ ଟିଫିନ୍‌ ଖାଇଲେ। ସବୁ ପିଲାଙ୍କ ପାଇଁ ଅଭିଭାବକଙ୍କ ସ୍ବୀକୃତିପତ୍ର ସହ ପାଣି ବୋତଲ, ସାନିଟାଇଜର୍, ମାସ୍କ ବାଧ୍ୟତାମୂଳକ କରାଯାଇଛି। କ୍ଲାସ୍‌ରୁମ୍ ସମେତ ବାଥ୍‌ରୁମ୍ ଆଦିକୁ କ୍ଲାସ୍ ସରିବା ପରେ ବିଶୋଧନ କରାଯାଇଛି। ଅଭିଭାବକଙ୍କ ଅଣ୍ଡରଟେକିଙ୍ଗ୍‌ ଆଣିନଥିବା କିଛି ପିଲାଙ୍କୁ ଗେଟ୍‌ ପାଖରୁ ଫେରାଇ ଦିଆଯାଇଛି।
ପୁଷ୍ପିତା ନାୟକ, ବରି‌ଷ୍ଠ ଶିକ୍ଷୟିତ୍ରୀ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ

ସମ୍ବନ୍ଧିତ ଖବର