କୋଭିଡ ଦ୍ଵିତୀୟ ଡୋଜ ଟିକା ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କଟକ: କୋଭିଡ ଟିକାର ଦ୍ଵିତୀୟ ଡୋଜ ନେବା ପରେ ଚାଲିଗଲା ଯୁବକଙ୍କ ଜୀବନ। ଏମିତିକା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କଟକ ବଡ଼ ମେଡିକାଲରୁ। କଟକ ଚାଉଳିଆଗଞ୍ଜ ଅଞ୍ଚଳର ସଞ୍ଜୀବ ହାଲଦାରଙ୍କୁ ଆଜି (ଶୁକ୍ରବାର) ସକାଳୁ କୋଭିଡ ଟିକା ନେବା ପାଇଁ ଫୋନ୍‌ ଆସିଥିଲା। ଏହାପରେ ସେ ଟିକା ନେବା ପାଇଁ ଆସି କଟକ ବଡ଼ମେଡିକାଲର ଟିକାଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଟିକା ନେବାର କିଛି ସେକେଣ୍ଡ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ଖରାପ ହୋଇ ଯାଇଥିଲା। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ କଟକ ବଡ଼ ମେଡିକାଲର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୪୨ ବର୍ଷୀୟ ରୋଜଗାରିଆ ପୁଅର ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଟିକାର ପାର୍ଶ୍ୱପ୍ରତିକ୍ରିୟା ଓ ମେଡିକାଲରେ ଚିକିତ୍ସାର ଅବହେଳା ଯୋଗୁଁ ସଞ୍ଜୀବଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ।

ସମ୍ବନ୍ଧିତ ଖବର