ବିଚାରପତି ସୁବାସ ବିହାରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ, ବେକରେ ରଶି ଲଗାଇଥିବାରୁ ହୋଇଛି ମୃତ୍ୟୁ

କଟକ: ଆସିଲା କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ। ମର୍କତନଗର ଥାନାକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କଲେ ଏସସିବି ମେଡ଼ିକାଲ କର୍ତୃପକ୍ଷ। ବେକରେ ରଶି ଲଗେଇବା ଯୋଗୁ ବିଚାରପତିଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ହୋଇଛି।

ଗତ ଦୁଇ ତାରିଖରେ କଟକ ସିଡିଏ ସେକ୍ଟର ୯ସ୍ଥିତ ନିଜ ବାସ ଭବନରେ ସୁବାସ ବିହାରୀ ଆତ୍ମହତ୍ୟା କରିଥିଲେ। ସେପଟେ ସୁବାସ ବିହାରୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରି ତାଙ୍କ ପତ୍ନୀ ଓ ଶଳାଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

ସମ୍ବନ୍ଧିତ ଖବର