କଟକ କଲେଜ ଛକ ନିକଟରୁ ୧୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହିତ ଜଣେ ଗିରଫ

ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୧୩ଲକ୍ଷ ପାଖାପାଖି ହେବ

କଟକ: ମଙ୍ଗଳବାର କଟକର ଫ୍ଲାଇଙ୍ଗ ସ୍ୱାର୍ଡର ଏକ ଟିମ୍‌ କଲେଜ ଛକ ନିକଟରେ ଚଢ଼ାଉ କରି ୧୩୦ଗ୍ରାମ୍‌ ବାଉନ୍‌ସୁଗାର ଜବତ ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ପ୍ରକାଶ କୁମାର ବାରିକ୍‌ ଘର ଖୋର୍ଦ୍ଧାର ନବୀନବାଗରେ ବୋଲି ଜଣାପଡ଼ିଛି। ତେବେ ଜବତ ହୋଇଥିବା ବାଉନ୍‌ସୁଗାର ମୂଲ୍ୟ ପାଖାପାଖି ୧୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ତେବେ ଆଜି ଫ୍ଲାଇଂ ସ୍କ୍ଵାର୍ଡ ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ସମୟରେ ପ୍ରକାଶ କୁମାର ବାରିକ ବ୍ରାଉନ୍‌ସୁଗାର କାରବାର କରୁଥିବା ସୁରାଖ ପାଇଥିଲେ। ଏହାପରେ ଆଜି କଲେଜ ଛକ ନିକଟରେ ଆକସ୍ମିକ ଭାବେ ଚଢ଼ାଉ କରି ପ୍ରକାଶ କୁମାରକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର