ମିଳିଲାନି ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୁହାହେଲା ମୃତଦେହ

କଟକ: ମିଳିଲାନି ମହାପ୍ରୟାଣ ଗାଡ଼ି, ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ।
ସୂଚନା ମୁତାବକ, ହରିରାଜପୁର ଗାଁରେ ଭରତ ଭୋଇଙ୍କ ମା’ଙ୍କର ଦେହାନ୍ତ ବାଙ୍କୀ ମେଡିକାଲରେ ହୋଇଥିଲା। ମା’ଙ୍କ ମୃତ୍ୟୁ ପରେ ଶବ ନେବାକୁ ତାଙ୍କ ପାଖରେ ଟଙ୍କା ନଥିବାରୁ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବାକୁ ମେଡିକାଲ କର୍ତ୍ତୃୃର୍ପକ୍ଷଙ୍କ ନିକଟରେ ନେହୁରା ହୋଇଥିଲେ। ମାତ୍ର ମେଡିକାଲ କର୍ତ୍ତୃୃପକ୍ଷ ତାଙ୍କ ଗୁହାରି ଶୁଣିନଥିଲେ।। ତେଣୁ ସେ ବାଧ୍ୟ ହୋଇ ଟ୍ରଲିରେ ମା’ଙ୍କ ଶବ ବୋହି ନେଇଥିଲେ।

ସମ୍ବନ୍ଧିତ ଖବର