ଖାଇବା ବେଳେ ଗିଳି ଦେଇଥିଲେ, ହାଇକୋଫାରି‌ଙ୍ଗୋ ସ୍କୋପ୍‌ରେ କଢ଼ାଗଲା ଆମ୍ବ ଟାକୁଆ

କଟକ: ଖାଇବା ସମୟରେ ଅସାବଧାନତାରୁ ଗିଳି ଦେଇଥିଲେ ଆମ୍ବ ଟାକୁଆ। ଯେତେ ଚେଷ୍ଟା କଲେ ବି ଆଉ ବାହାରିଲା ନାହିଁ। ଏକ୍ସ-ରେ କରିବାରେ ଜଣାପଡିଲା, ବେକ ତଳକୁ ଚାଲିଯାଇଛି ଟାକୁଆ। ଶେଷରେ ଆଜି ଶାନ୍ତି ହସ୍ପିଟା୍‌ଲରେ ହାଇକୋଫାରି‌ଙ୍ଗୋ ସ୍କୋପ୍‌ ସାହାଯ୍ୟରେ ବିନା କଟାକଟିରେ ହାଲୁକା ନିଶା ଦେଇ ଟାକୁଆ ବାହାର କରାଯାଇଛି। ଆମ୍ବ ଟାକୁଆ ଗିଳିଥିବା ବ୍ୟକ୍ତିଜଣକ ଢେଙ୍କାନାଳର ଓ ତାଙ୍କ ବୟସ ୫୫ ବୋଲି ଜଣାପଡ଼ିଛି।

ଟାକୁଆ କାଢ଼ିବା ସମୟରେ ଯେପରି ଉକ୍ତ ବ୍ୟକ୍ତିଙ୍କ ଖାଦ୍ୟନଳୀ, ପାଟି ଓ ଗଳାରେ କୌଣସି କ୍ଷତ ନହୁଏ ତାକୁ ଦୃଷ୍ଟିରେ ରଖି ଡାକ୍ତର ଦୀପ୍ତିମାନ ବଳିୟାରସିଂହ ଆମ୍ବ ଟାକୁଆକୁ ସଫଳତାର ସହିତ ବାହାର କରିଥିଲେ। ଆମ୍ବ ଟାକୁଆ ଅଧିକ ଚିକଣିଆ ହୋଇଥିବାରୁ ତାକୁ ଅଧିକ ସତର୍କତାର ସହିତ ବାହାର କରିବାକୁ ପଡିଥାଏ ବୋଲି ଡାକ୍ତର ବଳିୟାରସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର