ଆଜବେଷ୍ଟସ୍‌ ଘରେ ଆଦର୍ଶ ଥାନା

ପଟ୍ଟାମୁଣ୍ତାଇ: ବ୍ରିଟିଶ ଅମଳରୁ ନିର୍ମିତ ହୋଇଛି ପଟ୍ଟାମୁଣ୍ତାଇ ଥାନା। ସରକାର ଏହି ଥାନାକୁ ୨ ବର୍ଷ ତଳେ ଆଦର୍ଶ ଥାନା ଭାବେ ଘୋଷଣା କରିଛନ୍ତି। ଥାନା ଅଧୀନରେ ଗୋଟିଏ ଚଉଦକୁଲାଟ ଫାଣ୍ତି ରହିଛି। ୩୬ଟିପଂଚାୟତ ଓ ଗୋଟିଏ ପୌରପରିଷଦର ପାଖାପାଖି ୩ ଲକ୍ଷ ଲୋକଙ୍କୁ ଏହି ଥାନା ସେବା ଯୋଗାଇ ଆସୁଛି। ଆଦର୍ଶ ଥାନା ଘୋଷଣା ହେଲା ସିନା ଏବେ ବି ଏହା ଆଜବେଷ୍ଟ ଘରେ ଚାଲୁଛି। ଭଙ୍ଗା ଦଦରା ହାଜତ। ମହିଳା ଶିଶୁ ଡେକ୍ସ, ପରିତ୍ୟକ୍ତ ଅଭ୍ୟର୍ଥନା ଗୃହକୁ ନେଇ ଥାନା ଚାଲିଛି।

ସହରାଚଂଳର କୌଣସି ସୁବିଧା ସୁଯୋଗ ନାହିଁ। କର୍ମଚାରୀ ପ୍ରାୟ ଅଧା ଖାଲି। ପଟ୍ଟାମୁଣ୍ତାଇ ଆଦର୍ଶ ଥାନା ପାଇଁ ସରକାର ୨ କୋଟି ଟଙ୍କା ମଂଜୁର କରିଥିଲେ ବି ଜାଗା ବିବାଦ ଯୋଗୁ ନିର୍ମାଣ କାମ ଅଟକି ରହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଟଙ୍କା ଖର୍ଚ୍ଚ କରାନଗଲେ ଫେରି ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ଦୁଇବର୍ଷ ତଳେ ଜିଲ୍ଲାର ସବୁଥାନା ଦୁଇଭାଗ ହୋଇ ନୂତନ ଥାନା ନିର୍ମାଣ ହୋଇଥିଲେ ମଧ୍ୟ ପଟ୍ଟାମୁଣ୍ତାଇରେ ବ୍ୟତିକ୍ରମ ଘଟିଛି। ଉତିକଣ ଅଂଚଳରେ ଠାରେ ନିର୍ମିତ ହେବାକୁ ଥାନା ସଦର ଥାନା ଏବେ ସୁଦ୍ଧା ଖୋଲା ଯାଇପାରୁ ନାହିଁ।

ସମ୍ବନ୍ଧିତ ଖବର