ପୁରୀ ହାଜତ ମୃତ୍ୟୁ ମାମଲା : ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ମଧବର୍ତ୍ତୀକାଳୀନ କ୍ଷତିପୂରଣ ଦେଇଛନ୍ତି ସରକାର

କଟକ: ପୁରୀ ହାଜତ ମୃତ୍ୟୁ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତ୍ତୀକାଳିନ କ୍ଷତିପୂରଣ ପ୍ରଦାନ କରାଯାଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଆବେଦନକାରୀ ଦାଖଲ କରିଥିବା ପ୍ରତିଜବାବ୍‌ର ଉତ୍ତର ରଖିବାକୁ ସମୟ ନେଇଛନ୍ତି ସରକାରୀ ଓକିଲ। ଡିସେମ୍ବର ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ହାଇକୋର୍ଟରେ ଜବାବ ଦାଖଲ କରିଥିଲେ ନବନିଯୁକ୍ତ ପୁରୀ ଏସ୍‌ପି। ହାଜତ ମୃତ୍ୟୁ ନୁହେଁ, ଖସି ପଡି ମୁଣ୍ଡ ମାଡ଼ ହେବାରୁ ଅଭିଯୁକ୍ତ ମୃତ୍ୟୁବରଣ କରିଥିବା ସେ ଅଦାଲତଙ୍କୁ ଦର୍ଶାଇଥିଲେ ।

अमर उजाला

ଏହି ମାମଲାରେ ଆବେଦନକାରୀ ମଙ୍ଗଳବାର ପ୍ରତିଜବାବ୍‌ ଦାଖଲ କରିଛନ୍ତି। ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପୁରୀ ଜେଏମ୍‌ଏଫସିଙ୍କ ଦ୍ବାରା କରାଯାଉଥିବା ବିଧାନସଭାରେ କହିଥିବା ବେଳେ ହାଇକୋର୍ଟଙ୍କୁ ମଧ୍ୟ ଏ ନେଇ ଅବଗତ କରାଇଥିଲେ। ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର