ଭୋର୍‌ ସକାଳୁ ଚଢ଼ଉ: ମଙ୍ଗୁଳି ଛକରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କଟକ: ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌ ପୁରୁଣା ମଙ୍ଗୁଳି ଟୋଲଗେଟ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ ଚଢ଼ଉ କରି ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇ ଏକ କାରରେ କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା। ଏହି ମାମଲାରେ ପଶ୍ଚିମବଙ୍ଗ ହାଓଡାର ରାହୁଲ ଗୁପ୍ତାକୁ ଗିରଫ କରିଛି। ଯେଉଁ ହୁଣ୍ତାଇ କାରରେ ଗଞ୍ଜେଇ ଚାଲାଣ ହେଉଥିଲା ଉକ୍ତ ଗାଡ଼ିରେ ନମ୍ବର ନଥିବା ଦେଖିବାକୁ ମିଳିଥିଲା।

ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଫ୍ଲାଇଂ ସ୍କ୍ବାଡ୍‌ ଅଧୀକ୍ଷକ ଦେବାଶିଷ ପଟେଲ, ଆଇଆଇସି ସରୋଜ କୁମାର ପରିଡ଼ା, ଉମାକାନ୍ତ ସ୍ବାଇଁ, ସଚିନ ବେହେରା, ସାକ୍ରି ଉଲ୍ଲା, ନଟବର ମଲ୍ଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲ ମହନ୍ତ, ଦିଲ୍ଲୀପ କୁମାର ନନ୍ଦ, ଅଜୟ ବେହେରା, ଦେବାଶିଷ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ଦିଲଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର