ଟିକା ନେଲେ ଏସସିବି ଡାକ୍ତର: କହିଲେ; ଟିକା ନିଅନ୍ତୁ, ଭୟଭୀତ ହେବାର ଆବଶ୍ୟକତା ନାହିଁ

କଟକ: ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର କହିଛନ୍ତି ଯେ, ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ । ଏଇଟା ଟିକା ନେବାର ଉଚିତ ସମୟ । ଟିକା ନେବା ପରେ ଏଯାଏଁ କାହା ପାଖରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ତେଣୁ ଟିକା ନେବା ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କରୋନା ବିରୋଧୀ ଲଢେଇରେ ଏକ ବଡ଼ ସଫଳତା ମିଳିଛି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।

ତେବେ ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ୍ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ କରାଯାଉଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକା ଦିଆଯିବ । ପ୍ରତି ପର୍ଯ୍ୟାୟରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ଅର୍ଥାତ ଦିନକୁ ୧ ହଜାର ଲୋକ ଟିକା ନେବା ପାଇଁ ମେଡିକାଲ କଲେଜ ଗୁଡିକରେ ବ୍ୟବସ୍ଥା ହୋଇଛି ।

ସମ୍ବନ୍ଧିତ ଖବର