ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ୯୩

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ୯୩ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦୦କୁ ବୃଦ୍ଧି ପାଇଛି।ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୬୦୩ଟି ରାପିଡ୍ ଆଂଟିଜେନ୍ ଓ ୩୬୩ଟି ଆର୍ଟି- ପିସିଆର୍ ପରୀକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ଠାରେ ପଜିଟିଭ୍ ଚିହ୍ନଟ କରାଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୯, ବାଲିପାଟଣାରୁ ୨, ଭୁବନେଶ୍ୱର ବ୍ଲକରୁ ୪, ଜଟଣୀରୁ ୧୪, ଖୋର୍ଦ୍ଧା ପୌରାଂଚଳ ଓ ବ୍ଲକରୁ ୧୬, ବେଗୁନିଆରୁ ୧୩, ବୋଲଗଡ଼ରୁ ୧, ଟାଙ୍ଗୀରୁ ୧୦, ଚିଲିକା-ବାଲୁଗାଁରୁ ୬, ବାଣପୁରରୁ ୭, ଖୋର୍ଦ୍ଧାକୁ ଆସିଥିବା ଅନ୍ୟ ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମରୁ ଆସିଥିବା ସଂକ୍ରମିତଙ୍କ ସଂଖ୍ୟା ୧୧ ରହିଛି। ଏହା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦୧ ହୋଇଛି।

ସମ୍ବନ୍ଧିତ ଖବର