ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହିରେ ଜଣେ ଇଟାଭାଟି ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ବାହାଳସାହି ଗ୍ରାମର ଆନ ସାହୁଙ୍କ ଇଟାଭାଟିରେ ଭଦ୍ରକ ଜିଲ୍ଲାର ଖାଣ୍ଟଖୁଆଡ଼ ଗ୍ରାମର କିଛି ଶ୍ରମିକ କାମ କରୁଥିଲେ। ଆଜି ଭୋରରୁ ଇଟା ଶ୍ରମିକ ଶରତ କୁମାର ଓଝା(୩୧) ରହୁଥିବା କ୍ୟାମ୍ପ ନିକଟରେ ଥିବା ପୋଖରୀରେ ଶୌଚ ପାଇଁ ଯାଇ ଫେରି ନଥିଲେ।

ଦୀର୍ଘ ସମୟଧରି କ୍ୟାମ୍ପକୁ ନଫେରିବାରୁ ସାଥୀରେ ଥିବା ଶ୍ରମିକ ଶରତକୁ ଖୋଜିଥିଲେ। ପୋଖରୀରୁ ଶରତଙ୍କ ମୃତଦେହ ଉଦ୍ଧାର କରି ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶରତ କୁମାର ଓଝାଙ୍କୁ ମୃତ ଘୋଷଣା କରିଥିଲେ। ଛେଣ୍ଡିପଦା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳେଇଛି।

ସମ୍ବନ୍ଧିତ ଖବର