ହେମଗିରିରେ କୋଭିଡ କେନ୍ଦ୍ର ପାଇଁ ଦାବି କଲେ ବିଧାୟିକା

ସୁନ୍ଦରଗଡ଼, ସୁନ୍ଦରଗଡ଼ରେ  କରୋନା ସଂକ୍ରମଣ ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ଏହା ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। ଗତକାଲି ଜିଲ୍ଲାରେ ୭୮୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭୮୫ ଚିହ୍ନଟ ହେବା  ସାଧାରଣରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି।

ସୁନ୍ଦରଗଡ଼ ଵିଧାନସଭା କ୍ଷେତ୍ରର ହେମଗିରି ବ୍ଲକ ଛତିଶଗଡ଼ ସୀମା ଓ ଛତିଶଗଡ଼ରେ  ଅଣାୟତ୍ତ ହୋଇ ପଡିଥିବା ସଂକ୍ରମଣର ଗମ୍ଭୀର ପ୍ରଭାବ ଏଠାରେ ଦେଖିବାକୁ ମିଳିଛି। ବ୍ଲକର ଛତିଶଗଡ଼ ସୀମାନ୍ତ ଟପରିଆ ଅଞ୍ଚଳରେ  କରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇ ଅନେକଙ୍କ ଜୀବନ ବି ଗଲାଣି। ଏହି ପରିସ୍ଥିତିର ମୁକାବିଲା ପାଇଁ ସୁନ୍ଦରଗଡ଼ ଵିଧାୟିକା କୁସୁମ ଟେଟେ ଆଗକୁ ଆସିଛନ୍ତି।  ଆଜି ସେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ତାଙ୍କ ବାସଭବନରେ ଭେଟି, ହେମଗିରି ବ୍ଲକ ଲାଗି ଏମସିଏଲ କଲୋନୀ ଠାରେ ଥିବା ବସୁନ୍ଧରା ହସ୍ପିଟାଲରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ  ଦାବି କରିଥିଲେ।  କିନ୍ତୁ ଜିଲ୍ଲାପାଳ ବର୍ତ୍ତମାନ ପାଇଁ ୨୦ ଶଯ୍ୟା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହା ବ୍ୟତୀତ ପ୍ରତ୍ୟେକ ପଞ୍ଚାୟତରେ କୋଭିଡ ସଂଗରୋଧ କେନ୍ଦ୍ର  କରିବା ସହ ୨ଟି ଲେଖାଏଁ ଅକ୍ସିମିଟରର ବ୍ୟବସ୍ଥା, ଏନଟିପିସି ମେଡିକାଲରେ ରୋଗୀଙ୍କ ପାଇଁ ଉତ୍ତମ ମାନର ଖାଦ୍ୟ ସହ ପର୍ଯ୍ୟନ୍ତ ସ୍ୱଚ୍ଛ ପିଇବା ପାଣି, ଆକ୍ସିଜେନ ବ୍ୟବସ୍ଥା ଓ ଡାକ୍ତର ଅଧିକା ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେରେ ଦାବି ଜଣାଇଥିଲେ ।

ସମ୍ବନ୍ଧିତ ଖବର