୪ ମହିଳାଙ୍କ ରକ୍ତ ନମୂନାରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

ଢେଙ୍କାନାଳ: ଓଡାପଡ଼ା ବ୍ଲକର ରସାସିଂହ ଗ୍ରାମରେ ୪ ଜଣ ମହିଳାଙ୍କ ରକ୍ତ ନମୂନାରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ସେହିଭଳି ଗାଁର ୬୦ରୁ ଅଧିକ ଲୋକଙ୍କୁ ଜ୍ୱର ଲାଗିରହିଛି। ଗାଁର ଲୋକେ ଡେଙ୍ଗୁ ଓ ଚିକେନଗୁନିଆକୁ ଭୟ କରୁଛନ୍ତି। ଚାରି ଜଣ ମହିଳାଙ୍କ ରକ୍ତ ନମୂନାରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ରକ୍ତ ନମୂନା ସଂଗ୍ରହ କରିଥିବା ଜଣାପଡ଼ିଛି।

ମେଡିକାଲ ଟିମ୍‌ ଆଜି ୬୪ ଜଣଙ୍କର ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଆରଏମ୍‌ଆରସି ପଠାଇଛି। ତିନି-ଚାରି ଦିନ ମଧ୍ୟରେ ରିପୋର୍ଟ ଆସିବ। ଏବେ ଗାଁରେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି ମେଡିକାଲ ଟିମ୍‌ ତରଫରୁ ସୂଚନା ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିରଞ୍ଜନ ମିଶ୍ର କହିଛନ୍ତି, ୪ ଜଣଙ୍କର ରକ୍ତ ନମୂନାରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ରକ୍ତ ନମୂନାରେ ଚିକେନ୍‌ଗୁନିଆ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର