ସମ୍ବଲପୁରରେ ପହଞ୍ଚି ସମଲେଇଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲିି ରାତିରେ ସମ୍ବଲପୁର ପହଞ୍ଚିବା ପରେ ଆଜି ମା’ ସମଲେଇଙ୍କ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ । ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାପରେ ଡାଇରିଆରେ ଆକ୍ରାନ୍ତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଭେଟିବେ ଧର୍ମେନ୍ଦ୍ର ପ୍ରଧାନ । ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କର୍ମୀଙ୍କ ସହ ହୋଲି ଖେଳିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର