ଦୋଳ ପୂର୍ଣ୍ଣିମା ଅବସରରେ ମା’ ବିରଜାଙ୍କ ନିକଟରେ ହେଲା ନୂତନ ପଞ୍ଜିକା ପାଠ

ଯାଜପୁର: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ନିକଟରେ ମାଙ୍କ ଦୋଳ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ମା’ଙ୍କ ନିକଟରେ ଜ୍ୟୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ। ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମାଆଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚ୍ଚନା କରାଯିବା ସହ ଜ୍ୟୋତିଷଙ୍କ ଦ୍ୱାରା ନୂଆ ପାଞ୍ଜି ପାଠ କରାଯାଇଥିଲା । ଭବିଷ୍ୟ ଗଣନା ଅନୁସାରେ କଣ ରହିଛି ଦେଶ ଓ ରାଜ୍ୟର ଭବିଷ୍ୟତ, ରାଜନୈତିକ ପାଣିପାଗ, ଓଡ଼ିଶାରେ କିପରି ରହିବ ପ୍ରାକୃତିକ ବିପର୍ଯ୍ୟୟ, ସେ ସଂପର୍କରେ ସୂଚନା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର