ଢ଼େଙ୍କାନାଳ ଏଟିଏମ ଲୁଟ ଘାଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ: ବିଭିନ୍ନ ସାମଗ୍ରୀ ସହିତ ନଗଦ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା ଜବତ

ଢେଙ୍କାନାଳ: ଢ଼େଙ୍କାନାଳ ମୋଟାଙ୍ଗା ଥାନା ନିମବାହାଳୀ ଛକ ସ୍ଥିତ ଏସବିଆଇ ଏଟିଏମ ଲୁଟ ଘାଟଣରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଠାରୁ ପୁଲିସ ନଗଦ ୫ ଲକ୍ଷ ୩୨ହଜାର ୪୦୦ ଟଙ୍କା ସହିତ ଗୋଟେ ଭିଭୋ ମୋବାଇଲ, ରେଡମି ମୋବାଇଲ, ଆଇଫୋନ, ତିନିଟି କି ପେଡ଼ ମୋବଇଲ ଜବତ କରିଛି।

ଏଥିସହିତ ଗିରଫ ଅଭିଯୁକ୍ତ ଠାରୁ ୨୦.୨୫୦ ଗ୍ରାମର ସୁନାଅଳଙ୍କାର, ପାନ କାର୍ଡ,ଭିଜିଟିଂ କାର୍ଡ ଆଦି ଜବତ କରାଯାଇଛି ବୋଲି ଏସପି କେ.ଶିବା ଶୁଭ୍ରମଣୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୁକ୍ତକୁ ପୁଲିସ ବାଲେଶ୍ୱର ଜିଲ୍ଲାରୁ ଗିରଫ କରିଛି। ଏହି ଅଭିଯୁକ୍ତ ନାମରେ ଭଦ୍ରକ,ବାଲେଶ୍ୱର,ମୟୁରଭଞ୍ଜ,ଖୋର୍ଦ୍ଧା,ଭୁବନେଶ୍ୱର ଆଦି ଜିଲ୍ଲାରେ ୨୫ଟି ମାମଲା ରହିଛି। ଘଟଣାର ତଦନ୍ତ ଚାଲୁଥିବାରୁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି ଗତ ଡିସେମ୍ବର ୧୪ତାରିଖ ରାତିରେ କେତେକ ଦୃର୍ବୁତ୍ତ ନିମବହାଳୀ ଛକ ସ୍ଥିତ ଏଟିଏମକୁ ଗ୍ୟାସ କଟର ଦ୍ୱାରା କାଟି ସେଥିରୁ ୨୬ଲକ୍ଷ ୫୬ହଜାର ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ମୋଟାଙ୍ଗା ଥାନାରେ ୨୫୬/୨୦ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣାରେ ଗତ ୨୦ ତାରିଖରେ ୪ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଗତ ୩ ତାରିଖରେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର