କରୋନା ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତ: ଡିଏମ୍‌ଇଟି

ଭୁବନେଶ୍ବର: କରୋନା ଟିକାକାରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଟିକାକରଣ ପ୍ରକ୍ରିୟାକରଣ କିଛି ନୂଆ କଥା ନୁହେଁ। ଆମେ ୧୯୮୫ ମସିହାରୁ ଟିକାକରଣ କରିଆସୁଛୁ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। କରୋନା ଟିକାକରଣ ହେଉଛି ସେହି ପ୍ରକ୍ରିୟାର ଅନ୍ୟ ଏକ ଫର୍ମାଟ। ଟିକା କଲେକ୍ସନ ହେବ। ଟ୍ରାନ୍ସପୋର୍ଟଟେସନ ‌ପରେ ଟିକା ଦିଆଯିବ। ଏହି ମାଧ୍ୟମରେ ପୂର୍ବରୁ ମଧ୍ୟ ଟିକାକରଣ ହୋଇଛି। ଏହା କେବଳ ନୂଆ ଏଥି ପାଇଁ କୁହାଯାଇପାରିବ ଯେ, ପଂଜିକରଣ କୋ-ୱିନ୍‌ ମାଧ୍ୟମରେ ହୋଇଛି। ଗାଇଡଲାଇନ୍‌ ବଦଳୁଛି। ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଯେଉଁମାନଙ୍କୁ ଜାନୁଆରି ୧୬ ତାରିଖରେ ଟିକା ଦିଆଯିବ, ସେମାନଙ୍କ ମୋବାଇଲକୁ ଆଜି ମେସେଜ ଯିବ। ଶ୍ରୀ ମହାନ୍ତି କହିଛନ୍ତି ଯେ, ସେ କହିଛନ୍ତି ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିମାନେ ଟିକା ନେଇପାରିବେ।

କରୋନା ଟିକା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ୧୬୧ଟି ସ୍ଥାନରେ ଟିକାକରଣ କରାଯିବ। ଅବଜରଭେସନ ଓ ୱେଟିଂ ରୁମ ଓ ଭ୍ୟାକସିନ ରୁମ ପ୍ରସ୍ତୁତ ରଖାଯାଇଛି। ଟିକାକରଣ ପାଇଁ ୫ ଜଣିଆ ଟିମ୍‌ ସବୁକୁ ତାଲିମ ଦିଆଯାଇଛି। ପ୍ରତି ଜିଲ୍ଲାକୁ କେନ୍ଦ୍ରର ନୂଆ ଗାଇଡଲାଇନ ପଠାଯାଇଛି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯିବ ନାହିଁ। ସେହିଭଳି ଅସୁସ୍ଥ ବ୍ୟକ୍ତି ଓ ଚିକିତ୍ସାଧୀନ ‌ଲୋକଙ୍କୁ ମଧ୍ୟ ଟିକା ମିଳିବ ନାହିଁ। ଯଦି ଜଣେ ବ୍ୟକ୍ତି ୧୪ ଦିନ ଭିତରେ କୌଣସି ଟିକା ନେଇଥିବେ, ତା’ହେଲେ ତାଙ୍କୁ କୋଭିଡ ଟିକା ମନା ରହିବ। ‌ସେହିଭଳି କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ମଧ୍ୟରେ ଟିକା ନେଇପାରିବେ।

ସମ୍ବନ୍ଧିତ ଖବର