ତୀର ମାଡରେ ଗୁରୁତର କୁକୁରର ସଫଳ ଅସ୍ତ୍ରୋପଚାର

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ତୀର ମାଡରେ ଗୁରୁତର ହୋଇଥିବା କୁକୁରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଆଜି ସକାଳେ ମାଲକାନଗିରିରୁ କିଛି ଲୋକ ତୀର ମାଡ ହୋଇଥିବା ଏକ କୁକୁରକୁ ମାଥିଲି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ମାଥିଲି ପ୍ରାଣୀ ଚିକିତ୍ସାଳୟର ଚିକିତ୍ସକ ଡଃ. ବିକାଶ ଚନ୍ଦ୍ର ସରଦାର ନେତୃତ୍ବରେ ୫ ଜଣିଆ ଡାକ୍ତରୀ ଟିମ ଅସ୍ତ୍ରପ୍ରଚାର କରି କୁକୁରର ପେଟ ଓ ପାଟି ଭିତରୁ ତୀର ବାହାର କରିଛନ୍ତି। ଦୀର୍ଘ ୩ ଘଣ୍ଟା ଅସ୍ତ୍ରପ୍ରଚାର କରିବା ପରେ କୁକୁରର ପେଟରୁ ତୀର ବାହାର କରାଯାଇପାରିଥିଲା।

Sambad

ଏବେ କୁକୁର ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ତେବେ କୁକୁରକୁ କିଏ ଏବଂ କାହିଁକି ତୀର ମାରିଲା ଜଣାପଡିନଥିବା ବେଳେ କୁକୁର ଯନ୍ତ୍ରଣାରେ ଛଟପଟ ହେଉଥିଲା।ଅସ୍ତ୍ରପ୍ରଚାର ବେଳେ ଉପସ୍ଥିତ ଥିବା ଟିମ ସଦସ୍ୟମାନେ ହେଲେ ଡଃ. ବିପଦ ତାରଣ ବିଶ୍ବାଳ, ଡଃ. ଶୁଭମ ପରିଡା, ଏଲ୍ଆ‌ଇ ସବିତା ମହାପାତ୍ର, କରୁଣାକର ସ୍ବାଇଁ ପ୍ରମୁଖ ରହିଥିଲେ। ପ୍ରକାଶ ଥାଉକି ଏହା ପୂର୍ବରୁ ମଧ୍ୟ ଏକ ଗୁରୁତର ନାଗ ସାପର ବିରଳ ଅସ୍ତ୍ରପ୍ରଚାର କରି ଏହି ଡ଼ାକ୍ତର ମାନେ ପ୍ରଶଂସା ସାଉଁଟିଥିଲେ।

ସମ୍ବନ୍ଧିତ ଖବର