ଓଡ଼ଙ୍ଗରେ ଓଲଟିଲା ଅଣ୍ତା ବୋଝେଇ ଟ୍ରକ

ରସୁଲପୁର: ଜାତୀୟ ରାଜପଥ-୧୬ର ଓଡ଼ଙ୍ଗ ପରିବା ବଜାର ନିକଟରେ ଆଜି ସକାଳ ପ୍ରାୟ ୬ଟାରେ ଅଣ୍ତା ବୋଝେଇ ଟ୍ରକ୍ ଓଲଟି ପଡ଼ିଥିଲା। ଆନ୍ଧ୍ରପ୍ରଦେଶର ଅନପର୍ତ୍ତିରୁ ଅଣ୍ତା ବୋଝେଇ କରି (ଏପି ୦୫ ଟିଏ ୪୧୧୯) ଟ୍ରକଟି ଜଳେଶ୍ବର ଅଭିମୁଖେ ଯାଉଥିଲା। ଓଡ଼ଙ୍ଗ ନିକଟରେ ଡିଭାଇଡର ଉପରକୁ ଚଢ଼ିଯିବାରୁ ଭାରସ୍ୟାମ ହରାଇ ଟ୍ରକଟି ଓଲଟି ପଡ଼ିଥିଲା। ସକାଳୁ ସକାଳୁ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ଡ୍ରାଇଭର ଶ୍ରୀନୁ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଚଣ୍ତିଖୋଲ ଟ୍ରାଫିକ୍ ଇନ୍ସପେକ୍ଟର ବିଜୟିନୀ ମଲ୍ଲ ଓ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଡ୍ରାଇଭରଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ପଠାଇବା ସହିତ ଅଣ୍ତାଗୁଡ଼ିକ ଅନ୍ୟ ଗାଡ଼ିରେ ପଠାଇବାର ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର