ବିଜେପିର ସାଂଗଠନିକ ବୈଠକରେ ପଞ୍ଚାୟତ ନିର୍ବାଚନ ନେଇ ରଣକୌଶଳ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ସାଲିମିଠାରେ ବିଜେପିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ବିଜୟ ନେଇ ରଣକୌଶଳ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ ଯୋଗ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ କିପରି ତୃଣମୂଳସ୍ତରରୁ କର୍ମୀଙ୍କୁ ନେଇ କେନ୍ଦ୍ର ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚିବ ‌ସେଥିନେଇ ପରାମର୍ଯାଶ ଦିଆଯାଇଛି।

Sambad

ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ସହ ଏକତା ଓ ଶୃଙ୍ଖଳାର ସହ କିପରି କାମ କରିବା ସେନେଇ ଅତିଥିମାନେ ଗୁରୁମନ୍ତ୍ର ଫୁଙ୍କିଛନ୍ତି। ବ୍ଲକରେ ଯେପରି ବିଜେପିର ସମସ୍ତ ପ୍ରାର୍ଥୀ ବିଜୟୀ ହେବେ ସେଥିନେଇ ଏବେଠାରୁ କାମ ଆରମ୍ଭ କରିବାକୁ ପଡିବ ବୋଲି କୁହାଯାଇଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେପିର ବିପୁଳ ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଥିଲା। ଏଥର ମଧ୍ୟ ସେହି ବିଜୟକୁ କିପରି ଦୋହରାଯିବ ସେଥିନେଇ ଆଲୋଚନା କରାଯାଇଥିଲା। ବୈଠକରେ ସାଲିମି ପଞ୍ଚାୟତ ସମେତ କମାରପାଲ୍ଲୀ, ଟେମରୁପାଲ୍ଲୀ, କିଆଙ୍ଗ, କର୍ତ୍ତନପାଲୀ, ମହୁପଦର ଭଳି ପଞ୍ଚାୟତର ଶତାଧିକ କର୍ମୀ ଯୋଗ ଦେଇଥିଲେ। ଜିଲ୍ଲା ମୋର୍ଚ୍ଚା ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଉତ୍ତମ ରାୟ, ଏସଟି ମୋର୍ଚ୍ଚା ସଭାପତି ବନମାଳୀ ବରଜା, ଜଳଧର ନାୟକ, କୁସ ତାଟୀ, ସମୀର ମୀସ୍ତ୍ରୀ, ପ୍ରମିଳା ଦାସ, ଶାନ୍ତିଲତା ମାଝୀ, ସାଲିମି ସରପଞ୍ଚ ବିଜୟଲକ୍ଷ୍ମୀ ଭୁମିଆ, ମୁନ୍ନୀ ମାରକାମୀ, ଶ୍ରୀକାନ୍ତ ଚୌଧୁରୀ, କୁନାଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡଳ ସଭାପତି ବସନ୍ତ ମାଢୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର