ଭିଡିଓ: ଭଞ୍ଜନଗର–ଫୁଲବାଣୀ ରାସ୍ତା ଉପରେ ରାଜ କଲା ଦନ୍ତା, ଘଉଡାଇବାକୁ ବନ ବିଭାଗ ନାକେଦମ

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳରେ ଏକ ଦନ୍ତାହାତୀର ଉପଦ୍ରବ ବୃଦ୍ଧି ପାଇଛି। ଦନ୍ତାହାତୀ ଗଲା ତିନି ଚାରି ଦିନ ହେବ ଦନ୍ତାହାତୀ ଟି ମୁଜାଗଡ ନିକଟ ନିଧିଆପଲ୍ଲୀ ଏବଂ ଖାରିଗୁଡା ରାସ୍ତାପାର ହେଉଥିବା ଦେଖିବାକୁ ମିଳୁଛି। ଦନ୍ତାଟି ସବୁବେଳେ ମୁଜାଗଡ ବନାଞ୍ଚଳରେ ରହୁଥିବା ବେଳେ ଗଲା କିଛି ଦିନ ହେଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତା ପାର ହେଉଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ମାନଙ୍କ ମଧ୍ୟରେ ଭୟର ବାତା ବରଣ ସୃଷ୍ଟି ହୋଇଛି।

ଏହି ରାସ୍ତା ଜାତୀୟ ରାଜପଥ ହୋଇଥିବା ବେଳେ ପ୍ରତ୍ୟୋକ ଦିନ ଶହ ଶହ ଯାନ ବାହାନ ଏହି ରାସ୍ତା ଦେଇ ଯାତାୟତ କରୁଛି। ବିଭିନ୍ନ ଦୁଇ ଚକିଆ ଅଟୋ କାର୍ ଚାଳକ ଏହି ରାସ୍ତା ଦେଇ ଯାଉଥିବା ବେଳେ ହାତୀଟି ରାସ୍ତା ଅତିକ୍ରମ କରିବା ଦେଖି ଭୟଭୀତ ହୋଇ ସେହି ସ୍ଥାନ ଛତ୍ରଭଙ୍ଗ ଦେଉଥିବା ଦେଖିବାକୁ ମିଳୁଛି। ହାତୀଟି ବିରିକୋଟ ଜଙ୍ଗଲରୁ ନିଧିଆପଲ୍ଲୀ ଦେଇ ଜୟ ମଙ୍ଗଳ ପଟକୁ ଯାଉଥିବା ବେଳେ ରାତିରେ ମଧ୍ୟ ସେହି ରାସ୍ତାଦେଇ ବିରିକୋଟ ଜଙ୍ଗଲକୁ ଫେରୁଥିବା ସେହି ରାସ୍ତା ଦେଇ ଯାଉଥିବ ଲୋକ ମାନେ ହାତୀକୁ ଅତି ନିକଟରୁ ଦେଖୁଥିବା ପ୍ରକାଶ କରିଛନ୍ତି।

ଗତକାଲି କିଛି ଶ୍ରମିକ ସାଇକଲରେ ଯଉଥିବା ବେଳେ ହଠାତ୍ ହାତୀକୁ ଅତି ନିକଟରୁ ଦେଇ ପ୍ରାଣ ବିକଳରେ ଦୌଡି ଥିଲେ। ଆଜି ମଧ୍ୟ ଅପରାହ୍ନ ସମୟରେ ହାତୀଟି ମୁଜାଗଡ ନିକଟରେ ବିରିକୋଟ ଜଙ୍ଗଲ ଆଡକୁ ଯାଇଥିବା ବେଲଳେ ଜାତୀୟ ରାଜପଥର ଉଭୟ କଡେ ଶତାଧିକ ଲୋକ ଜମା ହୋଇ ରହିଥିଲେ। ରାସ୍ତାର ଉଭୟ ପଟେ ଲୋକ ମାନେ ଜମା ହୋଇ ରହୁଥିଲେ ମଧ୍ୟ ଦନ୍ତାଟି କାହାରି କିଛି କ୍ଷୟକ୍ଷତି କରୁନଥିବା ଦେଖବାକୁ ମିଳିଛି।

ଆଜି ହାତୀ ଆସିଥିବା ଖବର ପାଇ ମୁଜାଗଡ ରେଞ୍ଜର ବିମ୍ବାଧର ସାହୁଙ୍କ ନେତୃତ୍ବରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ଦୂରକୁ ନେବା ସହ ହାତୀକୁ ଜଙ୍ଗଲ ଭିତରକୁ ଯିବା ପାଇଁ ଲୋକ ମାନଙ୍କୁ ଅଟକାଇ ଥିଲେ। କିଛି ଲୋକ ମୋବାଇଲେ ଭିଡିଓ ଉଠାଉ ଥିବା ବେଳେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା। ଜାତୀୟ ରାଜପଥରେ ଏକ ପ୍ରକାର ନିୟମିତ ଦନ୍ତାହାତୀର ଚଳପ୍ରଚଳ ରହିଥିବାରୁ ସେହି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ସହିତ ହାତୀର ସୁରକ୍ଷା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ କିଛି ଦିନ ତଳେ ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ରେଞ୍ଜ ଅଧୀନ ହରିଗଡ ବିଟ୍ ନୂଆଁପଲ୍ଲୀ କାଜୁ ବଗିଚାରେ ହାତୀପଲ ଜମା ହୋଇଥିବା ବେଳେ ଗୋଟିଏ ମାଇ ହାତୀ ଛୁଆ ଜନ୍ମ କରିଥିଲା। ଏହି ସମୟରେ ଲୋକ ମାନେ ହାତୀ ଦେଖିବା ପାଇଁ ସେଠାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ୨ ଜଣ ନୀରିହଙ୍କ ପ୍ରାଣହାନୀ ଘଟିଥିଲା। ହାତୀ ମାନଙ୍କ କବଳରୁ ଜଣେ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିବା ପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡିଥିଲା। ସେହି ଦିନରୁ ହାତୀପଲ ଛାଡି ଦନ୍ତା ଏକୁଟିଆ ଘୂରୀ ବୁଲୁଥିବା ବେକଳେ ଗଲା କିଛି ଦିନ ହେଲା ଏହି ଅଞ୍ଚଳରେ ବୁଲିବା ସହ ରାସ୍ତା ପାର ହେଉଥିବାରୁ ଲୋକ ମାନଙ୍କ ମନରେ ଭୟର ବାତା ବରଣ ସୃଷ୍ଟି ହୋଇଛି। ସେହ ହୃଦୟ ବିଦାରକ ଘଟଣା ମନରୁ ନଲିଭୁଣୁ ଏକୁଟିଆ ଦନ୍ତାକୁ ଦେଖି ସ୍ଥାନିୟ ଲୋକ ଭୟଭୀତ ହୋଇଥିବା ବେଳେ ହାତୀକୁ ସୁରକ୍ଷା ଦେବା ବନ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର