ଦେଶୀ ମଦ ତିଆରି କରୁଥିବା ଅଭିଯୋଗରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ପୁଲିସ

ରାଉରକେଲା: ରାଉରକେଲାରେ ଦେଶୀ ମଦ ତିଆରି କରୁଥିବା ଅଭିଯୋଗରେ ୮ ଜଣ ଅଭିଯୁକ୍ତ ଗିରଫ। ଅବକାରୀ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦୁର୍ଗାପୁର ଓ ବାଗବୁଡ଼ି ଅଞ୍ଚଳର ଅମାସୀ ବାରିକ, ଇନ୍ଦ୍ରା ଲାକ୍ରା, ଗୋପାଳ ମୁଣ୍ଡାରୀ, ରଘୁନାଥ ବଡ଼ାଇକ, କାଦମ୍ବିନୀ ମୁଣ୍ଡାରୀ, ସୁକରମଣୀ ମୁଣ୍ଡାରୀ, ତାରାମଣୀ ମୁଣ୍ଡାରୀ ଓ ଶ୍ରୀୟାମଣୀ ମୁଣ୍ଡାରୀ।

ଅଭିଯୁକ୍ତମାନଙ୍କଠାରୁ ୨୪୪ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହା ସହ ଜବତ ୩୬୦୦ କେଜି ମହୁଲ ପୋଚକୁ ନଷ୍ଟ କରିଦିଆଯାଇଛି। ଦୀର୍ଘ ଦିନ ହେଲା ମଧୁସୂଦନପଲ୍ଲୀ, ମାଲଗୋଦାମ, ଦୁର୍ଗାପୁର, ବାଗବୁଡ଼ି ବସ୍ତିରେ ଅନୈତିକଭାବେ ଦେଶୀ ମଦ ତିଆରି ଓ ବିକ୍ରି ହେଉଥିବା ନେଇ ଅବକାରୀ ପୁଲିସ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ଆଜି ଅତର୍କିତ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର