କୋରେଇ କୃଷି ସମବାୟ ସମିତି ଆଗରେ ଧାନ ରଖି ଚାଷୀଙ୍କ ଧାରଣା

ଯାଜପୁର: ଧାନ ବିକ୍ରି ନ କରିପାରିବାରୁ ଧାରଣାରେ ବସିଲେ ଚାଷୀ | ଯାଜପୁର ଜିଲ୍ଲା କୋରେଇ କୃଷି ସମବାୟ ସମିତି ଆଗରେ ଚାଷୀମାନେ ଧାରଣାରେ ବସିଛନ୍ତି | ଚାଷୀମାନଙ୍କ ଅଭିଯୋଗ ମୁତାବକ ଚଳିତ ବର୍ଷ ସରକାରୀ ମଣ୍ଡିରେ ରବିଧାନ ବିକ୍ରି କରିବା ପାଇଁ ଚାଷୀମାନେ ଟୋକନ ପାଇଥିଲେ। ଗତ ୩୧, ୧ ଓ ୨ ତାରିଖରେ ଧାନ ବିକ୍ରି କରିବାର ସମୟ ଥିଲା। ଆଠ ଦିନ ବିତିଯାଇଥିଲେ ମଧ୍ୟ ଟୋକନ ପାଇଥିବା ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି।

ଧାନ କିଣିବାର କୌଣସି ନିର୍ଦ୍ଦେଶ ଆସିନଥିବା ଦର୍ଶାଇ ସମବାୟ ସମିତି କର୍ତ୍ତୃପକ୍ଷ ଧାନ କିଣିବାକୁ ମନା କରୁଛନ୍ତି। ଅନ୍ୟପକ୍ଷରେ ଟୋକନ ମିଳିବାର ସାତଦିନ ବିତିଯିବାରୁ ଚାଷୀମାନଙ୍କୁ ଧାନ ବିକିବାକୁ ରିମାଇଣ୍ଡର ଆସିଲାଣି। ଏହାର ପ୍ରତିବାଦରେ ଆଜି ଚାଷୀମାନେ କୋରେଇ ସମବାୟ ସମିତି ଆଗରେ ଧାନ ବୋଝେଇ ଟ୍ରାକ୍ଟର ରଖି ଧାରଣା ଦେଇଛନ୍ତି।

କୌଣସି ନିର୍ଦ୍ଦେଶ ମିଳିନଥିବାରୁ ସମବାୟ ସମିତି କର୍ତ୍ତୃପକ୍ଷ ଧାନ କିଣିବାକୁ ରାଜି ହେଉନାହାନ୍ତି। ଏହାକୁ ନେଇ ଉତ୍ତେଜନା ଲାଗିରହିଛି। ଯୋଗାଣ କିମ୍ବା ସମବାୟ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ସମ୍ବନ୍ଧିତ ଖବର