କେନାଲ ଜଳ ଛାଡିବା ନେଇ ଜଳସମ୍ପଦ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ବୋରିଗୁମ୍ମା : ରବି ଋତୁ ରେ ଋଣ କରଜ କରି ବିହନ ଧାନ ଆଣି ନିଜ ଜମିରେ ଚାଷ କରିଛନ୍ତି ଚାଷୀ । ଠିକ ସମୟରେ କେନାଲ ରେ ଆସୁନି ପାଣି। କେନାଲ ପାଣି ନ ଆସିବା କାରଣରୁ ଶହ ଶହ ହେକ୍ଟେର ଚାଷ ଜମି ଫାଟି ଆଁ କଲାଣି ଗଜାମରୁଡ଼ିର ସଂକେତ ବି ଦେଲାଣି। ସମସ୍ୟାର ସମାଧାନ ପାଇଁ ଆଜି ଜଳସମ୍ପଦ ବିଭାଗ କୁ ଆସି ବିଭାଗୀୟ ଅଧିକାରୀ ଙ୍କୁ ଭେଟି ତୁରନ୍ତ ପାଣି ଛାଡିବା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଭଳି ଦୃଶ୍ୟ ସାମ୍ନା କୁ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କେରକେଣ୍ଡ ପାଣି ପଂଚୟତ ଅଧୀନରେ ଥିବା ପଞ୍ଚଖଣ୍ଡ ଗାଁରେ।

ଚଳିତ ରବି ଋତୁ ରେ କେରକେଣ୍ଡା, ତରାଗା, ପଢେଇ ଗୁଡା, ଛତର୍ଲା, ଗଦିଆଗୁଡା, ବେଜିନି କେଣ୍ଡା ମଳିଆ ଗ୍ରାମ ରେ ଥିବା ୩୦୦୦ ହେକ୍ଟର ଜଳ ସେଚିତ ଜମି ରେ ଶହ ଶହ ଚାଷୀ ଧାନ ଚାଷ କରିଛନ୍ତି। ହେଲେ କେନାଲ ରେ ପାଣି ହଟାତ ବନ୍ଦ ହୋଇଯିବା କାରଣରୁ ଏବେ ଚାଷ କାମ ବାଧା ପ୍ରାପ୍ତ ହେଉଛି।ଯାହାକୁ ନେଇ ପାଣି ପଞ୍ଚାୟତ ର ସଭାପତି ରେଜେନ୍ଦ୍ର ମାଳି ଙ୍କ ନେତୃତ୍ୱରେ ଆଜି ୭୦ ରୁ ଉର୍ଦ୍ଧ ଚାଷୀ ବୋରିଗୁମ୍ମା ସ୍ତୁତ ଜଳସମ୍ପଦ କାର୍ଯ୍ୟଳୟ ରେ ପହଞ୍ଚି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ସେପଟେ ଆସନ୍ତା କାଲି ସେହି ଅଞ୍ଚଳ କୁ ପହଞ୍ଚି ପାଣି ଛାଡିବା ର ବ୍ୟବସ୍ତା କରିଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶୃତି ଦେବାପରେ ଚାଷୀ ନିଜ ଗ୍ରାମ କୁ ଫେରିଛନ୍ତି। ଜମିରେ ଧାନ ପାଲା ଶୁଖି ଗଜା ମରୁଡି ହେବାର ଆଶଙ୍କା ଦେଲାଣି।ଏସବୁ ଦେଖି ମଧ୍ୟ ନିଜ ଫସଲ କୁ ରକ୍ଷା କରିପାରୁନି ଚାଷୀ।ଆଜି ଶହ ଶହ ଚାଷୀ ମେଳି ହୋଇ ଶୀଘ୍ର କନାଲ ପାଣି ନ ମିଳିଲେ ଫସଲ ନଷ୍ଟ ହୋଇଯିବ ଏଣୁ ତୁରନ୍ତ ପାଣି ନ ଛାଡିଲେ ଆନ୍ଦୋଳନ କୁ ଓଲାଇବା ନେଇ ଚାଷୀ ଧନେଇ ମାଳି,ଗପସୁନ୍ଦର ଭତ୍ରା,ଖଗପତି ଗଣ୍ଡା,ବାପି ନାଗ ପ୍ରମୁଖ ଚେତାବନୀ ଦେଇଛନ୍ତି।ସେପଟେ ସରକାର ଅନେକ ସ୍ଥାନରେ କେନାଲ ହେଉଛି ଆଉ ଚାଷୀ ଙ୍କ ଫସଲ ଦୁଇ ଗୁଣ ହେଉଛି ବୋଲି ବାହା ବାହା ନେଉଛନ୍ତି।ହେଲେ ଚାଷୀ ଜଳ କର ବାନ୍ଦୀ ମାସ ମାସ ବିତି ଯାଉଛି ହେଲେ ଚାଷ ଜମି କୁ ମାଡୁନି ଜଳ।ଏହା ଦିନେ କି ଦୁଇ ଦିନ ର ସମସ୍ୟା ନୁହେଁ ବରଂ ପ୍ରତି ବର୍ଷ ଏଭଳି ସମସ୍ୟା ର ସମୁଖୀନ ହେଉଛନ୍ତି କେରକେଣ୍ଡା ପାଣିପାଞ୍ଚାୟତ ଅଧୀନରେ ଥିବା ପଞ୍ଚାଖଣ୍ଡ ଗାଁ ର ଶହ ଶହ ଚାଷୀ । ସରକାରଙ୍କ ଜଳସେଚନ ବିଭାଗ ଜଳ କର ଆଦାୟ ମଲା ରିକି ମାଲାମାଲ ହେଉଛନ୍ତି ହେଲେ ଚାଷୀ ବେହାଲ ହେଉଛନ୍ତି ଏଣୁ ଏହାର ସ୍ଥାୟୀ ସମାଧାନ ନହେଲେ ଆସନ୍ତା ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ସେଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର