ରାଇରଙ୍ଗପୁର: ଦୁଷ୍କର୍ମ ଉଦ୍ୟମରେ ବିଫଳ ଶ୍ୱଶୁୁର ବୋହୂ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ

ରାଇରଙ୍ଗପୁର:ଗତକାଲି ସକାଳେ ରାଇରଙ୍ଗପୁର ସହରର ଧରମ ଗଳିରେ ରହୁଥିବା ଦମ୍ପତ୍ତି( ଶିବାନୀ ଖେମ୍‌କା ଓ ଅବିନାଶ ଖେମ୍‌କା)ଙ୍କ ଦେହରେ ନିଆଁ ଲାଗିଯିବା ଘଟଣା ଭିନ୍ନ ମୋଡ ନେଇଛି। ଆଜି ଶିବାଙ୍ଗୀଙ୍କ ବାପା ଦିଲ୍ଲୀପ ଅଗ୍ରଓ୍ଵାଲ ରାଇରଙ୍ଗପୁର ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅର ଶ୍ୱଶୁର ଗୋପାଳ ଖେମ୍‌କା ଶିବାଙ୍ଗୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ଶିବାନୀ ଏହାର ବିରୋଧ କରିବାରୁ ଗୋପାଳ କିରୋସିନି ଢ଼ାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଶିବାଙ୍ଗୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଅବିନାଶ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ। ଉଭୟଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ଝାଡଖଣ୍ଡର ଟାଟା ମେମୋରିଆଲ ହସ୍‌ପିଟାଲ( ଜାମସେଦପୁର)ରେ ଭର୍ତ୍ତି କରାଯାଇଛି। ଶିବାଙ୍ଗୀଙ୍କ ଶରୀରର ପ୍ର୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିବାରୁ । ସେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଶ୍ରୀ ଅଗ୍ରଓ୍ଵାଲଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଦଫା ୩୭୬(କ) ୨୦୧, ୫୦୬ ଓ ୩୪ରେ ୬/୨୦୧୮ ନମ୍ବର ମାମଲା ରୁଜୁ କରିଛି। ଅପରପକ୍ଷେ ରାଇରଙ୍ଗପୁର ଥାନା ପୁଲିସ ଏ ସମ୍ପର୍କରେ ଝାଡ଼ଖଣ୍ଡର ବିଷ୍ଣୁପୁରା ଥାନାକୁ ଜଣାଇବା ପରେ ବିଷ୍ଣୁପୁରା ଥାନା ପୁଲିସ ଅଭିଯୁକ୍ତ ଶ୍ୱଶୁର ଗୋପାଳ ଖେମ୍‌କାଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର