କନ୍ଧମାଳ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିଳା ମଞ୍ଚର ଦାନ

ଫୁଲବାଣୀ: କରୋନା ମୁକାବିଲା ପାଇଁ ଫୁଲବାଣୀ ବ୍ଳକ ଆଲାମି ପଞ୍ଚାୟତ ବନ୍ଧସାହିର ୭ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ବରାଳଦେବୀ ଆଞ୍ଚଳିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯ହଜାର ୩୦୦ ଟଙ୍କା ପ୍ରଦାନ କରାଯାଇଛି। ମଞ୍ଚର ସଭାନେତ୍ରୀ ସଶ୍ମିତା କହଁର, ସମ୍ପାଦିକା ଲଛମା କହଁର ଓ ଜିଆରପି ପ୍ରମୋଦିନୀ କହଁର ଏହି ଅର୍ଥରାଶି ଚେକ ମାଧ୍ୟମରେ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି। ମଞ୍ଚର ଏଭଳି ସହଯୋଗ ଉଦ୍ୟମକୁ ବିଡିଓ ଶ୍ରୀ ଜେନା ପ୍ରଶଂସା କରିବା ସହ ଅନ୍ୟ ମହିଳା ମଞ୍ଚ ବି ସହଯୋଗ ପାଇଁ ଆଗେଇ ଆସିବାକୁ ସେ କହିଥିଲେ। ଓଡିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସବିତା ସୁବୁଦ୍ଧି, ଗୋଷ୍ଠୀ ଜୀବିକା ସଂଯୋଜକ ସନ୍ତୋଷ କୁମାର ସଂଗ୍ରାମ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

କୋଟାରୁ କନ୍ଧମାଳକୁ ଫେରିଲେ ୧୦ ଛାତ୍ରଛାତ୍ରୀ 

କନ୍ଧମାଳକୁ କୋଟାରୁ ଆସି ପହଞ୍ଚିଛନ୍ତି ୧୦ ଛାତ୍ରଛାତ୍ରୀ। ଗତକାଲି ରାତିରେ ଆସି ପହଞ୍ଚିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ଫୁଲବାଣୀ ବିଜୁସ୍ମୃତି କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ରରେ ୬ ଜଣ ଥିବା ବେଳେ ଆଉ ୨ଟି କେନ୍ଦ୍ରରେ ୪ ଜଣଙ୍କୁ ରଖାଯାଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର