ସମ୍ବଲପୁରରେ ପୁଣି ଦୁଇ ନାବାଳକଙ୍କୁ ୬୦ହଜାର ଟଙ୍କା ଜରିମାନା

ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ତନଖି ବେଳେ ଟ୍ରାଫିକ ନିୟମ ଭାଙ୍ଗିଥିବା ନେଇ ପୁଣି ୨ଜଣ ନାବାଳକ ପୁଲିସ ହାତରେ ଧରାପଡ଼ିଛନ୍ତି। ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ଜଣେ ୧୦ମ ଛାତ୍ର ଓ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ୩୦-୩୦ ହଜାର ଏପରି ୬୦ହଜାର ଟଙ୍କା ଜରିମାନା ହୋଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧ରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ବିଭିନ୍ନ ସ୍ଥାନରେ ଜୋରସୋର ଗାଡ଼ି ତନଖି ଚାଲିଛି। ଏହି ଗାଡ଼ି ତନଖି ବେଳେ ଆଜି ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ପୁଣି ଦୁଇଜଣ ନାବାଳକଙ୍କୁ ଟ୍ରାଫିକ୍‌ ନିୟମ ଭାଙ୍ଗିବା ନେଇ ୬୦ହଜାର ଟଙ୍କା ଜରିମାନା ହୋଇଛି। ୧୦ମ ଛାତ୍ରଙ୍କୁ ନାବାଳକ ଗାଡ଼ି ଚାଳନା ପାଇଁ ୨୫ହଜାର ଓ ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବା ବେଳେ ୫ମ ଶ୍ରେଣୀ ଛାତ୍ରଙ୍କ ଏପରି ୩୦ହଜାର ଟଙ୍କା ଜରିମାନା ହୋଇଛି।

Image result for fine two minor boy
The Economic Times

ପୂର୍ବରୁ ସମ୍ବଲପୁରରେ ଗାଡ଼ି ତନଖି ବେଳେ ଜଣେ ନାବାଳକ ଚଳାଉଥିବା ସ୍କୁଟିକୁ ୪୩ ହଜାର ଫାଇନ ହୋଇଥିଲା। ନାବାଳକ ଜଣକ ଗାଡ଼ି ଚଲାଉଥିବା ବେଳେ ପୁଲିସ ହାବୁଡରେ ପଡ଼ିଥିଲେ। ତେବେ ଗାଡିର ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ ହଜାର , ନାବାକଳ ଚଳାଉଥିବାରୁ ୨୫ ହଜାର , ପ୍ରଦୂଷଣ ପାଇଁ ୧୦ ହଜାର, ଗାଡ଼ିର ଇନସୁରାନ୍‌ସ ନଥିବାରୁ ୨ ହଜାର ଓ ହେଲେମେଟ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଏପରି ଭାବେ ୪୩ହଜାର ଟଙ୍କାର ଚାଲାଣ କଟାଯାଇ ଥିବା ଜଣାପଡ଼ିଥିଲା।

କେବଳ ଏତିକି ନୁହେଁ ଗତ ସୋମବାର ବି ଆଉ ଜଣେ ନାବାଳକ ବାଇକ୍‌ ଚାଳକଙ୍କୁ ପୁଲିସ ୩୭ହଜାର ଟଙ୍କା ଫାଇନ୍‌ କରିଥିଲା। ଗୋଟିଏ ବାଇକ୍‌ରେ ତିନିଜଣ ଯାଉଥିବା ବେଳେ ପୁଲିସର ଗାଡ଼ି ତନଖି ବେଳେ ଧରାପଡ଼ିଥିଲେ। ଗାଡ଼ିର ଡ୍ରାଇଭିଂ ଲାଇସେନ୍‌ସ ନଥିବା ସହିତ ନାବାଳକ ଗାଡ଼ି ଚଳାଇବା ଭଳି ପ୍ରସଙ୍ଗରେ ଏହି ଜରିମାନା ହୋଇଥିଲା।

ସମ୍ବନ୍ଧିତ ଖବର