ଭଦ୍ରକ: ପଂଚାୟତ ଗୋଦାମ ଗୃହରେ ଅଗ୍ନିକାଣ୍ଡ, ଜଳିଗଲା ଚାଉଳ-ଗହମ-କିରୋସିନି

ଭଦ୍ରକ: ଧାମନଗର ଅଂଚଳର ଖଡ଼ିପଦା ପଞ୍ଚାୟତ ଗୋଦାମ ଗୃହରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ଲକ୍ଷାଧିକ ଟଙ୍କାର ଚାଉଳ, ଗହମ ଓ କିରୋସିନି ଜଳି ଯାଇଥିବା ସୂଚନା ମିଳିଛି। ଜଳି ଯାଇଥିବା ଚାଉଳ, ଗହମ ଓ କିରୋସିନିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପଂଚାୟତର ଜଣେ କର୍ମଚାରୀ କହିଛନ୍ତି। ସୂଚନା ମିଳିବା ପରେ ଧାମନଗର ଓ ଭଣ୍ଡାରିପୋଖରୀ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାମ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।

ପ୍ରାଥମିକ ସୂଚନା ଅନୁସାରେ ଅଗ୍ନିକାଣ୍ଡରେ ପ୍ରାୟ ୨୦୦ ବସ୍ତା ଚାଉଳ ପୋଡ଼ିଯାଇଛି। ଏହି ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ଆକଳନ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର