ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା, ଲକ୍ଷାଧିକ ଟଙ୍କା ଠକି ନେଇ ଯୁବକ ଗିରଫ

ଡାବୁଗାଁ: ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇବା ସହ ଶାରୀରିକ ସଂପର୍କ ରଖି ପୁଣି ଆଉ ଜଣେ ଯୁବତୀକୁ ବିବାହ କରି ଚର୍ଚ୍ଚାରେ ରହିଥିବା ଜଣେ ଯୁବକକୁ ଡାବୁଗାଁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ବହୁ କୌଶଳ ଅବଲମ୍ବନ କରି ଖସି ଯିବାକୁ ଚେଷ୍ଟା କରିଥିଲେ ପୁଲିସ ଆଖିରୁ ଖସି ଯାଇପାରି ନାହିଁ। ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ପାତ୍ରଗୁଡ଼ା ଗ୍ରାମର ଅନନ୍ତ କୁମାର ମୁକୁନ୍ଦ (୩୦)।

ସୂଚନା ଅନୁଯାୟୀ ପାପଡାହାଣ୍ଡି ଥାନା ପାତ୍ରଗୁଡ଼ା ଗ୍ରାମର ଅନନ୍ତ ମୁକୁନ୍ଦ ଡାବୁଗାଁ ଥାନା ଅଞ୍ଚଳର ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଦୁଇହିଙ୍କ ଗ୍ରାମ ନିକଟ ଥିବାରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ନବରଙ୍ଗପୁର ସେନାପତି ସାହିରେ ୬ ମାସ କାଳ ରହିଲେ। ୨୦୧୭ ମାର୍ଚ୍ଚ ମାସରେ ପ୍ରେମ ବିବାହ କରିଥିଲେ। ଦୁହେଁ ସ୍ୱାମୀ ସ୍ତ୍ରୀ ଭାବରେ ଖୁସିରେ ଥିଲେ। ଇତି ମଧ୍ୟରେ ଯୁବକ ଅନନ୍ତ ଅନୁଗୁଳ ଜିଲ୍ଲାରେ କୌଣସି ଏକ ଟ୍ରେନିଂରେ ଯୋଗ ଦେବା ପାଇଁ ଯିବାକୁ ବାହାରିଥିଲେ। ସେ ଯୁବତୀଙ୍କୁ ତୁ କାହିଁକି ବେକାରରେ ଥିବୁ କହି ତାମିଲନାଡୁ ରାଜ୍ୟର ତ୍ରିପୁରକୁ ସିଲେଇ ତାଲିମ ନିମନ୍ତେ ପଠାଇଥିଲା। ଯୁବତୀ ତ୍ରିପୁରରେ ରହି ଟଙ୍କା ରୋଜଗାର କଲା। ଏକ ମାସ ରହି ପୁଣି ତ୍ରିପୁରରୁ କୋରାପୁଟ ଆସିଥିଲେ। ସେଠାରେ ଯୁବତୀଙ୍କୁ ଅନନ୍ତ ଠକିବା ଆରମ୍ଭ କରିଥିଲା। ମୋର ଟ୍ରେନିଂ ବିଳମ୍ବ ଅଛି କହି ମୋର ଜାଗା ଅଛି ଘର କରିବା ତେଣୁ ଟଙ୍କା ଯୋଗାଡ କରିବା କହିଥିଲା। ଏହାପରେ ପୁଣି ଯୁବତୀ ତ୍ରିପୁର ଯାଇ ସେଠାରେ ଟଙ୍କା ରୋଜଗାର କରିଥିଲେ। ଯୁବତୀଙ୍କୁ ଯୁବକ ଅନନ୍ତ ଘର କରିବା ପାଇଁ ଟଙ୍କା ଆବଶ୍ୟକ କହି ପ୍ରାୟ ୧୪ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ଟଙ୍କା ପଠାଇବା ପାଇଁ  କହିଥିଲା।

ଯୁବତୀ ଟଙ୍କା ରୋଜଗାର କରି ସ୍ଵାମୀର ଖୁସି ପାଇଁ ଟଙ୍କା ପଠାଇ ଚାଲିଥିଲେ। ୨୦୨୧ ମସିହା ଫେବୃଆରି ମାସରେ ଯୁବତୀଙ୍କୁ ଯୁବକ ପ୍ରତାରିତ କରି ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲା। କୌଣସି ଏକ ସୂତ୍ରରୁ ଏହା ଯୁବତୀ ଜଣକ ଏବାବଦରେ ଜାଣି ପାରି ସେ ଡିସେମ୍ବର ମାସରେ ନିଜ ମାଉସୀ ଘର କୋଡ଼ିଙ୍ଗାରେ ଆସି ଅନନ୍ତ ମୁକୁନ୍ଦକୁ ଆମ ଘର କାହିଁ ବୋଲି ପଚାରିଥିଲେ। ଯୁବକ ଅନନ୍ତ ପାଖରେ କୌଣସି ଯବାବ ନ ଥିବାରୁ ସେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇବା ପରେ ଶେଷରେ ଅନନ୍ତ ଯୁବତୀଙ୍କୁ ପ୍ରତାରିତ କରିଥିବା ଜଣା ପଡିଥିଲା। ପ୍ରତାରଣା ସହ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ଡାବୁଗାଁ ଥାନାରେ ଗତ ଫେବୃଆରି ୧୧ ତାରିଖ ଶୁକ୍ରବାର ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର