କୋଭିଡ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସଦର ମହକୁୁମା ଛାଡିବା ମନା।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସଦର ମହାକୁୁମା ଛାଡିବା ଜିଲ୍ଲା ପ୍ରଶାସନ ପକ୍ଷରୁ ମନା ହୋଇଛି। ଯଦି ଜରୁରୀକାଳୀନ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ଅନୁମତି ଆଣିବା ବାଧ୍ୟତାମୂଳକ। ସପ୍ତାହର ଶେଷ ଦିନରେ ଜିଲ୍ଲାର ଅନେକ ସରକାରୀ କର୍ମଚାରୀ ଅଫିସ କାମ କହି ଭୁବନେଶ୍ବର ଓ କଟକ ଯାଇଥାନ୍ତି। ତେଣୁ କର୍ମଚାରୀଙ୍କ ଅନୁପସ୍ଥିତ ରହିଲେ, ସମ୍ଭାବିତ ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା ହୋଇଛି।

 

କରୋନା ସମୟରେ ସରକାରୀ କର୍ମଚାରୀଙ୍କ ଏଭଳି ବିନା କାମରେ ଜିଲ୍ଲା ବାହାରକୁ ବାରମ୍ବାର ଯିବା ଯୋଗୁଁ ଏହି ନୂଆ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ଯେଉଁ ସରକାରୀ କର୍ମଚାରୀ ଏହି କଟକଣାକୁ ଅବମାନନା କରନ୍ତି ସେମାନଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁ‌ଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ ଗଂଜାମ ଜିଲ୍ଲାରେ କରୋନା ଭାଇରସ୍ ଯୋଗୁଁ ଏପ୍ରିଲ ୨୧ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୨୨ ହଜାର ୫୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ ହଜାର ୯୩୧ ଜଣ ସୁସ୍ଥ ହୋଇଛନ୍ତି। ଏଥିରୁ ୨୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨୧ ହଜାର ୯୩୧ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

 

ସମ୍ବନ୍ଧିତ ଖବର