୧୯୯୨ ମସିହାରେ ପୌରାଧ୍ୟକ୍ଷ ପାଇଁ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ଯିଏ ବିଜୟ ହାସଲ କରିଥିଲେ ଏବଂ ପରାଜିତ ହୋଇଥିଲେ, ସେମାନେ ସମସ୍ତ ରାଜ୍ୟ ରାଜନୀତିରେ ଏବେ ବି ସକ୍ରିୟ। ସେହି ନିର୍ବାଚନରେ ଜନତାଦଳ ପ୍ରାର୍ଥୀ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ। ଘଟଣାଚକ୍ର ଏବଂ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଦୁହେଁ ଏବେ ଗୋଟିଏ ଦଳ ଅର୍ଥାତ୍ ବିଜେଡିରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେତେବେଳ ନିର୍ବାଚନର ସ୍ମୃତିଚାରଣ କରି ଶ୍ରୀ ସାହୁ କୁହନ୍ତି ଯେ, ‘୧୯୯୨ରେ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ବ୍ରହ୍ମପୁର ପୌରପରିଷଦରେ କ˚ଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପୌରାଧୢକ୍ଷ ଭାବେ ସିଧାସଳଖ ନିର୍ବାଚନରେ ଲଢ଼ି ବିଜୟ ହାସଲ କରିଥିଲି। ପୂର୍ବରୁ ମଧୢ ପରୋକ୍ଷ ନିର୍ବାଚନରେ ପୌରାଧୢକ୍ଷ ଭାବେ କାର୍ଯ୍ୟ କରିଥିଲି କିନ୍ତୁ ପ୍ରତ୍ୟକ୍ଷ ନିର୍ବାଚନରେ ଲଢ଼ି କାର୍ଯ୍ୟ କରିବାର ଅନୁଭୂତି ନିଆରା। ରାଜ୍ୟ ପୌର ଇତିହାସରେ ୧୯୭୯ ଓ ୧୯୯୨ରେ ଦୁଇଥର ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବା ବେଳେ ସ˚ପ୍ରତି ୩୦ବର୍ଷ ପରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ପୁଣିଥରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି।’
ସେହିଭଳି, ଶ୍ରୀ ଚ୍ୟାଉପଟ୍ଟନାୟକ କହିଛନ୍ତି, ‘୧୯୯୨ରେ ଜନତାଦଳ ପକ୍ଷରୁ ବ୍ରହ୍ମପୁର ପୌରପରିଷଦର ପୌରାଧୢକ୍ଷ ପାଇଁ ଲଢ଼ିବାର ସୁଯୋଗ ପାଇ ମାତ୍ର ୩୫ଶହ ଭୋଟରେ ପରାସ୍ତ ହୋଇଥିଲି। ସେହି ସମୟରେ ପୌରପରିଷଦଟି କ˚ଗ୍ରେସର ଗଡ଼ ଭାବେ ରହିଥିଲା। କିନ୍ତୁ ବିଜୁବାବୁଙ୍କ ଆଦର୍ଶ ଯୋଗୁଁ କଡ଼ା ମୁକାବିଲା ହୋଇଥିଲା। ୨୭ଟି ଵାର୍ଡରେ ସୀମତି ଥିବା ପୌରପରିଷଦରେ ଦଳର ସ୍ଥିତି ମଧୢ ବହୁତ ଭଲ ଥିଲା।’
ଅନ୍ୟପକ୍ଷରେ, ସେତେବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଶିଶିର ପାଢ଼ୀ ପ୍ରାର୍ଥୀ ହୋଇଥିଲେ। ୧୯୯୨ ନିର୍ବାଚନର ସ୍ମୃତିଚାରଣ କରି ଶ୍ରୀ ପାଢ଼ୀ କୁହନ୍ତି, ଯେଉଁ ସମୟରେ ଦଳର କୌଣସି ସ୍ଥିତି ଓ ସ˚ଗଠନ ନଥିଲା ବହୁକଷ୍ଟରେ ୨୭ଟି ଵାର୍ଡରୁ ମାତ୍ର ୧୧ଟି ଵାର୍ଡରେ ଦଳର ପ୍ରାର୍ଥୀ ଦେବାକୁ ସମର୍ଥ ହୋଇଥିବା ବେଳେ ମୁଁ ନିଜେ ମାତ୍ର ୬ହଜାର ଭୋଟ ପାଇଥିଲି। ଦଳ ପକ୍ଷରୁ ଏଭଳି ସୁଯୋଗ ପାଇଥିବା ଯୋଗୁଁ ମୁଁ ବହୁତ ଖୁସି ଅନୁଭବ କରିଥିଲି।
ପୂର୍ବତନ ଉପନଗରପାଳ କହିଛନ୍ତି, ‘ମୁଁ କ˚ଗ୍ରେସ ଦଳର ପ୍ରାର୍ଥୀ ହୋଇ କାଉନ୍ସିଲର ହେବା ସହ ଉପ ନଗରପାଳ ହେବାର ସୁଯୋଗ ପାଇଥିଲି। ସମୁଦାୟ ୨୭ଟି ଵାର୍ଡରୁ କ˚ଗ୍ରେସ ୧୧ଟିରେ ବିଜୟୀ ହୋଇଥିବା ବେଳେ ଜନତାଦଳ ୧୦ଟି ଆସନ ଅକ୍ତିଆର କରିଥିଲା। ବଳକା ୬ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।ଉପନଗରପାଳ ପଦ ପାଇଁ ଯଦିଓ ପରୋକ୍ଷ ନିର୍ବାଚନ ଥିଲା ସେଥିରେ ମୁଁ ୧୪ଟି ଭୋଟ ପାଇଥିଲି। ସିଧାସଳଖ ନିର୍ବାଚନରେ କାର୍ଯ୍ୟ କରିବାର ଯେଉଁ ମଜା ଅଛି ତାହା ପରୋକ୍ଷ ନିର୍ବାଚନରେ ନାହିଁ। ’