ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା

ଭଞ୍ଜନଗର: ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଗଞ୍ଜାମ ଜିଲ୍ଲାର ସୋରଡ଼ା ଥାନା ଅନ୍ତର୍ଗତ ସୁରମଣି ଗାଁରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଘରୋଇ କଳି ଲାଗିବା ଯୋଗୁଁ ବିଷ ପିଇ ସ୍ୱାମୀ ଲମ୍ବୋଦର ବେହେରା ଆତ୍ମହତ୍ୟା କରିଥିଲେ। ଲମ୍ବୋଦରଙ୍କୁ ପ୍ରଥମେ ସୋରଡା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲମ୍ବୋଦରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସ୍ୱାମୀ ଲମ୍ବୋଦରଙ୍କ ମୃତ୍ୟୁ ପରେ ସ୍ତ୍ରୀ ଜୟନ୍ତୀ ବେହେରା ମେଡିକାଲ ପରିସରରେ ଥିବା ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର