ନାବାଳିକାଙ୍କୁ ଦୁର୍ବ୍ୟବହାର ମାମଲାରେ ବାପ-ପୁଅ ନିର୍ଦ୍ଦୋଷ

ବ୍ରହ୍ମପୁର: ଜଣେ ନାବାଳିକାଙ୍କୁ ଦୁର୍ବ୍ୟବହାର ମାମଲାର ଶୁଣାଣି କରି ଏଡିଜେ-୨ ଦୀପକ କୁମାର ପ୍ରମାଣ ଅଭାବରୁ ଅଭିଯୁକ୍ତ ବାପ-ପୁଅକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଗତ ୨୦୧୬ ଫେବ୍ରୁଆରି ୧୯ତାରିଖରେ ପୁରୁଷ‌ୋତ୍ତମପୁର ଥାନା ଶାସନପଲ୍ଲୀର ରାମ ମହାନ୍ତି ଓ ପୁଅ ମିଥୁନ ମହାନ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜନୈକା ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ସହିତ ନାନା ଧମକ୍‌ ଦେଇଥିଲେ। ଏହି ଘଟଣାରେ ପୁରୁଷୋତ୍ତମପୁର ଥାନା ପୁଲିସ ବାପ-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନ୍‌ ପାଇଥିଲେ। ଏହି ମାମଲାର ବିଚାରଣା ବେଳେ ୧୦ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ପ୍ରମାଣ ଅଭାବ ଯୋଗୁଁ ଏଡିଜେ-୨ ଉଭୟଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ମୁଦାଲାଙ୍କ ତରଫରୁ ଆଇନଜୀବୀ ପ୍ରତାପ କୁମାର ଦାଶ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର