ଚିତ୍ରକୋଣ୍ଡା : ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ୧୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ 

ଚିତ୍ରକୋଣ୍ଡା :  ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୋଲିସର ଏକ ଟିମ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବେଢା ପଂଚାୟତର ମୁଦୁଲି ଗୁଡା,ମାଝୀଗୁଡା ,ହଂସାଗୁଡା,ଆମ୍ବପଦର ଗ୍ରାମରେ ଚଢ଼ାଉ କରି ବ୍ୟାପକ ପରିମାଣର ଗଂଜେଇ ଗଛ ନଷ୍ଟ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ   ଚିତ୍ରକୋଣ୍ଡା  ପୋଲିସ ଓ ମାଲକାନଗିରି ଅବକାରୀ ବିଭାଗର   ମିଳିତ ଅଭିଯାନରେ ପ୍ରାୟ ୮୬ ଏକର ଜମିରେ  ଲଗାଯାଇଥିବା ୧,୩୭,୦୦୦ ଗଂଜେଇ ଗଛକୁ କଟାଯାଇ ପୋଡି ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ  ୧୩  କୋଟି ରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ  ଜଣା ପଡ଼ିଛି । ଏହି ଚଢ଼ାଉରେ ମାଲକାନଗିରି ଅବକାରୀ ବିଭାଗର ଇନ୍ସପେକ୍ଟର ଗଙ୍ଗା ପାଇକରାଏ , ଓଆଇସି ଏଚ. ଜଗା ୦ରାଓ, ଏସ.ଆଇ ଦିଲୀପ କୁମାର ନାୟକ , ସଞ୍ଜୟ କୁମାର କାଣ୍ଡି ଓ ଚିତ୍ରକୋଣ୍ଡା ପୋଲିସ ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରୁଥିଲେ ।
ସମ୍ବନ୍ଧିତ ଖବର