ଦୁର୍ଗମ ନାକାମାମୁଡିରେ ବିଏସଏଫର ଜନସଂପର୍କ ଓ ମାଗଣ ଚିକିତ୍ସା ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ଦୁର୍ଗମ ନାକାମାମୁଡି ଗ୍ରାମରେ ୮୮ ବିଏସଏଫ ବାଟାଲିୟନ ତରଫରୁ ଜନ ସଂପର୍କ ଶିବିର ଏବଂ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁତଝଲା, ପିଏମଜି କଲୋନୀ ଭଳି ଗ୍ରାମ ଗୁଡିକର ୨୦୦ରୁ ଉର୍ଦ୍ଧ୍ବ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ବିନୋଦ ସରିନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମଡିକାଲ ଅଫିସର ଟି.ଡି ସିଂହ, ଗ୍ରାମ ମୁଖିଆ ତଥା ସରପଞ୍ଚ ଲକ୍ଷ୍ମୀ ମୁଦୁଲି, ୱାର୍ଡ ମେମ୍ବର ବାସନ୍ତି ଖିଲ, ପ୍ରଧାନ ଶିକ୍ଷକ ଧନପତି ଖିଲ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଲୋକଙ୍କ ସହ ଆଲୋଚନା କରିବା ବେଳେ କିପରି ଦୁହିଁଙ୍କ ମଧ୍ୟରେ ସୁସଂପର୍କ ରହିବ ଏବଂ ଆଗକୁ ଏହି ଅଂଚଳରେ ଶାନ୍ତି ଫେରିବ ସେନେଇ ବୁଝାଇଥିଲେ।ବିଏସଏଫ ଏଠାରେ ଅବସ୍ଥାପିତ ହେବା ପରେ ନକ୍ସଲ ଛତ୍ରଭଙ୍ଗ ଦେବା ସହ ଏହି ଅଂଚଳରେ ଏକ ପ୍ରକାର ଶାନ୍ତି ଫେରିଥିବା ଲୋକେ କହିଥିଲେ। ପିଲାମାନେ ଏହି ଅଂଚଳର କିପରି ପାଠ ପଢି ବଡ ଲୋକ ହେବେ ସେନେଇ ବୁଝାଇଥିଲେ। ସେହିପରି ଏହି ଅଂଚଳର ଯୁବଗୋଷ୍ଠୀ ଖେଳକୁଦରେ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆଗେଇ ଆସିବେ ସେନେଇ ବିଏସଏଫ ତରଫରୁ ସମସ୍ତ ବ୍ୟବସ୍ଥା କରାଯିବ। ଏହି ଅଂଚଳର ଯୁବଗୋଷ୍ଠୀଙ୍କୁ ଦେଶର ବିଭିନ୍ନ ସହର ବୁଲାଇବା ସହ ସେହି ଅଂଚଳର ଭଲ ଭଲ ଜିନିଷ ଦେଖିବା ସହ ଲୋକଙ୍କ ସହ ସାକ୍ଷାତ କରି ବହୁ ଜିନିଷ ଶିକ୍ଷିପାରୁଛନ୍ତି। ଏହି ଅଂଚଳର ଆଦିବାସୀ ଲୋକେ ବହୁତ ନିରୀହ ଏବଂ ସରଳ।ତେଣୁ ନକ୍ସଲ ଏମାନଙ୍କୁ ସହଜରେ ବସିଭୁତ କରି ସେମାନଙ୍କର ରାଜ ଚଳାଇଥିଲେ। ବିଏସଏଫ ଏମାନଙ୍କ ପାଇଁ ଆତ୍ମନିର୍ଭରଶୀଳ କରାଇବା ପାଇଁ ସହଯୋଗ କରାଇବ।

ଏହି ଜନ ସଂପର୍କ ଶିବିରରେ ଲୋକଙ୍କୁ ଦୈନନ୍ଦିନ ସାମଗ୍ରୀ ସହ ବହୁ ଜିନିଷ ପ୍ରଦାନ କରିଥିଲେ। ଏଥିସହ ମାଗଣାରେ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଲୋକଙ୍କୁ ଚିକିତ୍ସା କରିବା ପରେ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା। ଏଭଳି ଜନସଂପର୍କ ଶିବିର ଅନୁଷ୍ଠିତ ହେଲେ ଲୋକଙ୍କ ସହ ବିଏସଏଫର ସଂପର୍କ ଆହୁରି ସୁଦୃଢ ହେବ ବୋଲି କୁହାଯାଇଛି। ଆଗାମୀ ଦିନରେ ଏଭଳି ଜନସଂପର୍କ ଶିବିର ଆହୁରି ହେବ ବୋଲି କୁହାଯାଇଛି। ଯୁବଗୋଷ୍ଠୀଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା କରି ସେମାନଙ୍କୁ ବିଭିନ୍ନ ଖେଳରେ କିପରି ଆଗକୁ ଆସିବେ ସେନେଇ ପ୍ରଚେଷ୍ଟା କରାଯିବ ବୋଲି କୁହାଯାଇଛି। ନକ୍ସଲ ପ୍ରବଣ ଅଂଚଳର ଲୋକଙ୍କ ମନ ଜିଣିପାରିଥିଲେ ବିଏସଏଫ ବୋଲି ବେଶ ଆଲୋଚନା ହୋଇଥିଲା। ଗୁରୁପ୍ରିୟା ସେତୁ ତଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାରୁ ଲୋକେ ବହୁତ ଖୁସି ଦେଖାଯାଉଥିଲେ। ବିଏସଏଫ ଏଠାରେ ଲୋକଙ୍କୁ ସହଯୋଗ କରିବାକୁ ଆସିଛି। ସେମାନଙ୍କ ସହ ମିଶି ଏହି ଅଂଚଳକୁ ବିକାଶ କରିବାକୁ ଆସିଥିବା କୁହାଯାଇଥିଲା। ତେଣୁ ଲୋକେ ସେମାନଙ୍କୁ ଅଣଦେଖା ନକରି ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା। ଲୋକମାନେ ମଧ୍ୟ ନକ୍ସଲ ସହ ଆଉ ହାତ ନମିଳାଇ ଏହି ଅଂଚଳର ବିକାଶ ପାଇଁ ବିଏସଏଫ ସହ ସୁସଂପର୍କ ସ୍ଥାପନ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର