ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ, ସ୍ୱାସ୍ଥ୍ୟକର୍ମୀ ଗିରଫ

ଖୋର୍ଦ୍ଧା : ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଖୋର୍ଦ୍ଧାରେ କାମ କରୁଥିବା ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି

ସୂଚନାନୁସାରେ, ସ୍ୱାସ୍ଥ୍ୟ କର୍ମୀ ସୁବ୍ରତ ରାୟଙ୍କ ଘର ଖୋର୍ଦ୍ଧା ଉପକଣ୍ଠ ଲୋକେଶ୍ୱରପୁର ପୀଡ଼ିତା (୨୩) ଯୁବତୀଙ୍କ ଘର କଂଟା ଯୁବତୀଙ୍କ ଅଭିଯୋଗ ଅନୁସାରେ  ପୀଡ଼ିତାଙ୍କ ବାପା ସୁବ୍ରତ ରାୟଙ୍କ ଘରେ ଅନେକ ଦିନ ଧରି କାମ କରୁଥିଲେ ଏଥିରେ ପୀଡ଼ିତାଙ୍କ ପରିବାର ସହ ସୁବ୍ରତଙ୍କ ପରିଚୟ ଥିଲା ଏହି ଆଳରେ ସେ ପୀଡ଼ିତାଙ୍କ ଘରକୁ ଆସୁଥିଲେ ବର୍ଷ ପୂର୍ବେ ପୀଡ଼ିତାଙ୍କ ମାଙ୍କ ଦେହାନ୍ତ ଘଟିଥିଲା ଏହାପରେ ସେ ଘରେ ଏକୁଟିଆ ରହୁଥିଲେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ବର୍ତମାନ ପୀଡ଼ିତା ଜଣକ ମାସର ଗର୍ଭବତୀ

ଏନେଇ ପୀଡ଼ିତା ତାଙ୍କ ବାପା ଗତକାଲି ରାତିରେ ଖୋର୍ଦ୍ଧା ଟାଉନ୍ ଥାନାରେ ଲିଖିତ ଏତଲା ଦେଇଥିଲେ ଏତଲା ଭିତ୍ତିରେ ୪୬୧/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଦାୟିତ୍ୱ ଅତରିକ୍ତ ଥାନା ଅଧିକାରୀ ଆର୍ତତ୍ରାଣ ନନ୍ଦଙ୍କୁ ଦିଆଯାଇଥିଲା ଆଜି ଉଭୟଙ୍କ ଡାକ୍ତରୀ ମାଇନା ପରେ ପୁଲିସ ସୁବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି

ସମ୍ବନ୍ଧିତ ଖବର