ପ୍ରବଳ ବର୍ଷା ଜାରି: କୋରାପୁଟ-ଦାମନଯୋଡି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ

ବଙ୍ଗଳାଗୁଡାରେ ପଡିବ ହୋମ ପାଇପ୍

କୋରାପୁଟ:  କୋରାପୁଟ ଜିଲ୍ଲାରେ ବର୍ଷା ଛାଡିବା ନାଁ ଧରୁନି। ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡାକୁ ଯୋଡୁଥିବା ରାସ୍ତାର ବାଇଗୁଡା ନିକଟରେ ଅଣ୍ଟାଏ ପାଣି। ଆଜି ସକାଳୁ ଏହି ରାସ୍ତାରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟରେ ପୋଲ ଭୁଶୁଡିବା ପରେ ଏହି ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ରୁଟ ପରିବର୍ତ୍ତନ କରାଯାଇଥିଲା। ଆଜି ଅଣ୍ଟାଏ ଲେଖାଏଁ ପାଣି ଚାଲିବାରୁ ରାୟଗଡାକୁ ଭାରିଯାନ ଚଳପ୍ରଚଳ ବାଧାପ୍ରାପ୍ତ‌ ହୋଇଛି। ଦୀର୍ଘ ୧୨ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା ଲାଗିଥିବାବେଳେ କୋରାପୁଟରେ ୪୯.୪ ମିମି ଓ ଜୟପୁରରେ ୪୫.୪ ମିମି ବର୍ଷା ହୋଇଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି।

ଆଜି ସକାଳୁ ସନ୍ଧ୍ୟା ୫ଟା ଯାଏ ଜିଲ୍ଲାରେ ମୋଟ ୩୪୮ମିମି ବର୍ଷା ରେକର୍ଡ ହୋଇଥିବାବେଳେ ହରାହାରି ୨୪.୮୬ ମିମି ବର୍ଷା ହୋଇଥିବା ଜଣାପଡିଛି। ଖାଲି ବର୍ଷା ନୁହେଁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସହ ପବନ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ ବାଇଗୁଡା ନିକଟରେ ୬ କୋଟି ବ୍ୟୟରେ ଭିତର‌ଗଡ ପୋଲର ନିର୍ମାଣ କାର୍ଯ୍ୟ ୫ବର୍ଷ ହେଲା ଚାଲିଥିବାବେଳେ ଶେଷ ହେବାର ନାଁ ଧରୁନି। କୋରାପୁଟ-ରାୟଗଡାକୁ ଯୋଡୁଥିବା ଏହି ରାସ୍ତା ଏବେ ପୁଣି ଚାଲିବା ଭାରିଯାନ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଛି।

Sambad

ପିଡ୍ଲୁଡିର ଜେଇ କହିଛନ୍ତି ଯେ ଏହି ରାସ୍ତାରେ ପାଣି ଚାଲିବାର କାରଣ ହେଉଛି ଏହିଠାରେ ଗଛ ପଡି ଚୋକ ହୋଇଯାଇଥିଲା। ସକାଳୁ ପାଣି ଚାଲୁଥିବାର ଖବର ପାଇ ବିଭାଗ ପକ୍ଷରୁ ସେଠାକୁ ଯାଇ ଚୋକକୁ ହଟାଇଯିବା ପାରି ଚଳାଚଳ ସ୍ବାଭାବିକ ହୋଇଥିବା ବିଭାଗ କହିଛି। ଜିଲ୍ଲାରେ ଅଗଷ୍ଟ ମାସରେ ମୋଟ ୬୪୮୨.୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ଭାବେ ୪୬୩.୦୬ ମିମି ବର୍ଷା ହୋଇଥିବା ଜଣାପଡିଛି।

ତେବେ ଜିଲ୍ଲାରେ ଅଗଷ୍ଟ ୧ ତାରିଖରେ ୨୩୨.୮, ୨ରେ ୮୭, ୩ରେ ୧୦୫.୮, ୪ରେ ୧୦୯, ୫ରେ ୫୧.୪, ୬ରେ ୬୦୦.୬, ୭ରେ ୪୮୬.୩, ୮ରେ ୮୭୦.୮ ମିମି, ୯ରେ ୬୧୭, ୧୦ରେ ୪୮୯.୬, ୧୧ରେ ୧୧୪, ୧୨ରେ ୫୨, ୧୩ରେ ୦ ମିମି, ୧୪ରେ ୭୧୨.୮, ୧୫ରେ ୧୪୬୭.୨, ୧୬ରେ ୧୧୦.୪, ୧୭ରେ ୧ ମିମି ଓ ୧୮ରେ ୨୭.୨ ବର୍ଷା ରେକର୍ଡ କରାଯାଇଛି। କୋରାପୁଟରେ ୪୯.୪, ଲମତାପୁଟରେ ୨୧.୨, ପଟାଙ୍ଗୀରେ ୧୫.୦, ବନ୍ଧୁଗାଁରେ ୭.୦, ନନ୍ଦପୁରରେ ୪.୦, ଦଶମନ୍ତପୁରରେ ୨୪.୦, ନାରାୟଣପାଟଣାରେ ୩୪.୪, ଲକ୍ଷ୍ମୀପୁରରେ ୧୬.୦, ସେମିଳିଗୁଡାରେ ୧୬.୦, ଜୟପୁରରେ ୪୫.୪, କୋଟପାଡରେ ୨୬.୦, କୁନ୍ଦୁରାରେ ୩୫.୨, ବୋରିଗୁମ୍ମାରେ ୪୨.୪ ଓ ବୈପାରିଗୁଡାରେ ୧୨.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

 

ସମ୍ବନ୍ଧିତ ଖବର