ସାଲେପୁରରେ ହିମାଚଳ ପୁଲିସ୍‌, ଠକେଇ ଘଟଣାରେ ଯୁବତୀଙ୍କୁ ଜେରା

ସାଲେପୁର: ଅନଲାଇନ୍‌ରେ ଟଙ୍କା ଠକେଇ ଘଟଣାରେ ଆଜି ହିମାଚଳ ପ୍ରଦେଶ ପୁଲିସ ସାଲେପୁର ଅଞ୍ଚଳର ଜଣେ ଯୁବତୀଙ୍କ ପାଖରେ ପହଞ୍ଚିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସାଲେପୁର ଥାନା କେନ୍ଦୁପାଟଣା ଅଞ୍ଚଳର ଏହି ଯୁବତୀ ଜଣକ କେବିସି ନାମ କହି ଜଣେ ଅବସରପ୍ରାପ୍ତ ସେନାବାହିନୀ କର୍ମଚାରୀଙ୍କୁ ଫୋନ୍ କରିଥିବା ଘଟଣା ଜଣା ପଡିବା ପରେ ପୁଲିସ ଆଜି ଏଠାରେ ପହଞ୍ଚି ତାଙ୍କୁ ଜେରା କରିଛି। ଯୁବତୀ ଜଣକ ହିମାଚଳ ପ୍ରଦେଶର ସଂପୃକ୍ତ ବ୍ୟକ୍ତିଙ୍କୁ ଟେଲିଫୋନ କରି ତାଙ୍କର ଲଟେରି ଉଠି ଥିବା କହିଥିଲେ। ଏପରିକି ଉକ୍ତ ଯୁବତୀ ଜଣକ ନିଜ ଟେଲିଫୋନରୁ ଏହି ପରି ଅନ୍ୟ କେତେ ଜଣଙ୍କୁ ମଧ୍ୟ ଲଟେରି ସମ୍ପର୍କରେ ଫୋନ କରିଥିଲେ। ଏଭଳି ଘଟଣାରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା କୁହାଯାଉଛି। ପୁଲିସ ଏ ଯାଏ ଏ ସଂପର୍କରେ କୌଣସି ସ୍ପଷ୍ଟ ତଥ୍ୟ ରଖି ନଥିବା ବେଳେ ଅନ୍ୟପଟେ ଯୁବତୀ ଜଣକ ସଂପୂର୍ଣ୍ଣ ଓଲଟା କଥା କହିଛନ୍ତି।

ଯୁବତୀ ଜଣକ କହିବା ଅନୁଯାୟୀ ତାଙ୍କ ନିକଟକୁ ଏକ ଫୋନ୍ କଲ୍‌ ଆସିଥିଲା। ତାଙ୍କର ଲଟେରି ଉଠିଛି ବୋଲି କହିବା ସହ ତୁରନ୍ତ ୧୯ ହଜାର ୫ ଶହ ଟଙ୍କା ଏକ ଆକାଉଣ୍ଟରେ ଜମା କରିବାକୁ ସଂପୃକ୍ତ ବ୍ୟକ୍ତି କହିଥିଲା। ସେହି ଅନୁଯାୟୀ ସେ ଟଙ୍କା ଜମା କରି ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ ହେଉଥିବା ଠକେଇ ସଂପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି ଯୁବତୀ କହିଛନ୍ତି। ଏଭଫଳରେ ମୁଁ  ସେ ଲୋଭରେ ତାଙ୍କ କହିବା ଅନୁସାରେ ଟଙ୍କା ଡିପୋଜିଟ୍ କରିଥିଲି। ତେବେ ଠକେଇ ସମ୍ପର୍କରେ କିଛି ଜାଣି ନାହିଁ ବୋଲି ସେ  କହିଥିଲେ। ଜଣେ ଯୁବତୀଙ୍କୁ ବାହାର ରାଜ୍ୟର ପୁଲିସ ଆସି ଜେରା କରିବା ଘଟଣା କିନ୍ତୁ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର