ଦେଶରେ ୭୫୭୯ ନୂଆ ଆକ୍ରାନ୍ତ, ଅଧା କେରଳରୁ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୭,୫୭୯ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଗତ ୫୪୩ ଦିନରେ ସର୍ବନିମ୍ନ ଦୈନିକ ସଂକ୍ରମଣ ବୋଲି ଜଣାପଡ଼ିଛି । ସେହିପରି ଗତ ୨୪ ଘଣ୍ଟାରେ ୨୩୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ଓ ୧୨,୨୦୨ ଜଣ ସୁସ୍ଥ ହୋଇଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

ତେବେ ଚିନ୍ତାଜନକ ବିଷୟ ହେଉଛି ଭାରତରେ ଚିହ୍ନଟ ୭୫୭୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରୁ ୩୬୯୮ ଜଣ ରହିଛନ୍ତି । ସେହିପରି ଏହି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୭୨ ଜଣ ମୃତ୍ୟୁବରଣ କରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ  ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୫,୨,୬୪୮୦ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୫୮୪ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୬୬୧୪୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ଦେଶରେ ମୋଟ ଟିକାକରଣ ସଂଖ୍ୟା ୧୧୭ କୋଟି ଟପିଯାଇଛି । ଗତ କାଲି ୭୧୯୨୧୫୪ ଜଣଙ୍କୁ ଟିକା ଦିଆଯାଇଛି ।

 

ସମ୍ବନ୍ଧିତ ଖବର