ନାଳି ଭିତରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ବାଲିଅନ୍ତା :ସ୍ଥାନୀୟ ବେଣ୍ଟପୁର ଖରିପଡ଼ିଆ ଗ୍ରାମ ନିକଟରୁ ଏକ ସରକାରୀ ଟିଉବଏଲ ନାଳି ଭିତରୁ ଆଜି ସଂଧ୍ୟାରେ ଜଣେ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳର କୌଣସି ମହିଳା ଗର୍ଭ ନଷ୍ଟ କରାଇ ନାଳି ଭିତରେ ଶିଶୁଟିକୁ ଫିଙ୍ଗି ଦେଇଥିବା ଆଲୋଚନା ହେଉଛି। ସଂଧ୍ୟା ସମୟରେ ନଳକୂପକୁ ପାଣି ପାଇଁ ଯାଇଥିବା ବେଳେ ଶିଶୁପୁତ୍ରର ମୃତଦେହ ପଡ଼ିଥିବା ଦେଖି ସାହି ଲୋକଙ୍କୁ ଜଣାଇଥିଲେ। ସୂଚନା ପାଇ ସ୍ଥାନୀୟ ଲୋକ ମୃତ ଶିଶୁଟିକୁ ଦେଖିବା ପାଇଁ ସେଠାରେ ଭିଡ଼ ଜମାଇଥିଲେ। ଶେଷ ଖବର ମୁତାବକ ସ୍ଥାନୀୟ ଲୋକ ମଶାଣିରେ ଶିଶୁର ଶବ ଗାତଖୋଳି ପୋତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର