୪କୋଟି ଟଙ୍କାର ଘରକୁ ନିଆଁ ଲଗାଇ ଜାଳି ଦେଲେ ଏହି ବ୍ୟକ୍ତି!

ନୂଆଦିଲ୍ଲୀ: ୟୁକେରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ପଢ଼ି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କୌଣସି ବ୍ୟକ୍ତି ଅନ୍ୟ କାହାକୁ ଅସୁବିଧାରେ ପକାଇବା ପାଇଁ ନିଜର କୋଟିଏ ଟଙ୍କାର ସମ୍ପତ୍ତି ନଷ୍ଟ କରିପାରିବ କି? ଏକଥା କେହି ହେଲେ ସ୍ବପ୍ନରେ ସୁଦ୍ଧା ଭାବି ନଥିବେ। କିନ୍ତୁ ଜଣେ ବ୍ୟକ୍ତି ବାସ୍ତବରେ ଏପରି ଏକ ଘଟଣା ଘଟାଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, John McCorry ନାମକ ଜଣେ ବ୍ୟକ୍ତିଙ୍କ ଘର କୋନଫୋର୍ଡରେ ଅବସ୍ଥିତ ଥିଲା। ତାଙ୍କ ଘର ଖୁବଶୀଘ୍ର ବିକ୍ରି ହୋଇଯିବାର ଥିଲା। ଘର ବିକ୍ରିର ତିନିଦିନ ପୂର୍ବରୁ ଜନ ନିଜ ଘରକୁ ନିଆଁ ଲଗାଇ ଜଳାଇ ଦେଇଥିଲେ। ସେ ଏହି ଘରକୁ ଏଥିପାଇଁ ନିଆଁ ଲଗାଇଲେ କାରଣ ତାଙ୍କ ପତ୍ନୀ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସେ ଭାଗ ନେଉଥିଲେ। କିନ୍ତୁ ଜନ ତାଙ୍କୁ ଭାଗ ଦେବାକୁ ଚାହୁଁ ନଥିଲେ। ତେଣୁ ସେ ଏ ଘରକୁ ଜାଳି ଦେଇଥିଲେ।

ଏହି ଘଟଣାକୁ ନେଇ ଜନ କୋର୍ଟରେ  କହିଥିଲେ, ମୁଁ ଜାଣିଶୁଣି ଏପରି କରି ନାହିଁ। ଜୁନ ୧୭ ତାରିଖରେ ଅତ୍ୟଧିକ ମଦପାନ କରିଥିଲି। ଏହାପରେ ମୁଁ କ’ଣ କରିଛି କିଛି ଜାଣି ନାହିଁ। ତେବେ ସ୍ବାମୀଙ୍କ ଏଭଳି କାଣ୍ଡକୁ ଦେଖି ସ୍ତ୍ରୀ ହିଲେରି କହିଛନ୍ତି,‘ ମୁଁ ସ୍ବାମୀଙ୍କୁ ଛାଡ଼ି ଆସିବା ପରେ ବହୁତ ଖୁସିରେ ଅଛି। ସେ କିନ୍ତୁ ମୋ ଠାରୁ ଅଲଗା ହେବାକୁ ଚାହୁଁ ନଥିଲେ। ତେଣୁ ‌ସେ ମୋତେ ଅସୁବିଧାରେ ପକାଇବା‌ ପାଇଁ ଏପରି କରିଛନ୍ତି।’

 

ସମ୍ବନ୍ଧିତ ଖବର