ପ୍ରୋତ୍ସାହନ ଅଭାବରୁ ବିରିଡ଼ିରେ ଅାଳୁ ମିସନ ଫେଲ୍‌!

ବିରିଡି: ନଦୀ, ନାଳ ଘେରା ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ଚାଷୀମାନେ ପନିପରିବା ଚାଷ ପ୍ରତି ଅାଗ୍ରହ ପ୍ରକାଶ କରୁଥିବା ବେଳେ ଅାଳୁ ଚାଷ ପ୍ରତି ଅନାଗ୍ରହ ଦେଖାଉଛନ୍ତି ା ଏଥିପାଇଁ ସରକାରୀ ସ୍ତରରେ ସେତେଟା ପ୍ରୋତ୍ସାହନ ମିଳୁ ନଥିବାରୁ ବିରିଡି ବ୍ଲକରେ ଆଳୁ ମିସନ୍ ଫେଲ୍ ହେଲା ଭଳି ପରିସ୍ଥିତି ଉପୁଜିଛି। ସୁଲଭ ଦରରେ ମଞ୍ଜି, ସାର ଓ କୀଟନାଶକ ଯୋଗାଣରେ ବାଧା ଉପୁଜୁଥିବା ବେଳେ ଅମଳ ପରେ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନଥିବାରୁ ଅାଳୁ ଚାଷ ପ୍ରତି ଚାଷୀମାନେ ଅାଉ ଅାଗ୍ରହ ଦେଖାଉନାହାନ୍ତି। ସରକାରଙ୍କ ସ୍ବଳ୍ପ ସୁବିଧା ସତ୍ତ୍ୱେ ଏହି ଅଞ୍ଚଳରେ ଅାଳୁ ଚାଷ ମିସନ ଫେଲ ହେବା ନେି ଚର୍ଚ୍ଚା ଜୋର ଧରିଛି ା
ବିଶେଷକରି ବିଲୁଅାଖାଇ, ଦେବୀ ଓ କାଠଯୋଡି ନଦୀପଠା, ତାଳଦଣ୍ଡା, ମାଛଗାଁ କେନାଲ ଅଞ୍ଚଳରେ ପ୍ରଚୁର ପରିମାଣରେ ଅାଳୁ ଚାଷ କରାଯାଉଥିଲା ା ବର୍ତ୍ତମାନ କଲିକତାରୁ ମଞ୍ଜି ଅାଳୁ କିଲୋପିଛା ୧୦ ଟଙ୍କାରେ ମିଳୁଥିବା ବେଳେ ରାଜ୍ୟ ଉଦ୍ୟାନ ବିଭାଗ ଯୋଗାଉଥିବା ଅାଳୁ ଦର କିଲୋ ପିଛା ୨୫ ଟଙ୍କାରେ ପହଞ୍ଚିଥିବାରୁ ସରକାରୀ ମଞ୍ଜି କିଣିବାକୁ କେହି ଇଛା ପ୍ରକାଶ କରୁନାହାନ୍ତି। ଅମଳ ପରେ ଆଳି ବିକ୍ରି ପାଇଁ ଏହି ବ୍ଲକ ଅଞ୍ଚଳରେ କୌଣସି ବ୍ୟବସ୍ଥା ନାହିଁ ା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦନ ପରେ ପଚିଯିବା ଭୟରେ ଶାଗ ମାଛ ଦରରେ ଅାଳୁକୁ ବିକ୍ରି କରିବାକୁ ପଡୁଛି ା ଶୀତଳଭଣ୍ଡାର ବିନା ବୈଜ୍ଞାନିକ ପ୍ରଣାଳୀରେ କିପରି ଅାଳୁକୁ ଦୁଇରୁ ତିନି ମାସ ପରେ ସଂରକ୍ଷିତ କରି ରଖାଯାଇ ପାରିବ, ତାର କୌଶଳ ମଧ୍ୟ ବିରିଡି ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ ଜଣାନାହିଁ ା ଏଭଳି ପରିସ୍ଥିତିରେ ବିରିଡି ଭଳି ଜଗତସିଂହପୁର ଜିଲ୍ଲାର ଚାଷୀମାନେ ବାହାର ରାଜ୍ୟର ଅାଳୁ କିଣିବା ପାଇଁ ତତ୍ପରତା ଦେଖାଉଥିବା ବେଳେ ନିଜେ ଉତ୍ପାଦନ କରିବା ପାଇଁ ମନ ବଳାଉନାହାନ୍ତି ା ଚାଷୀମାନଙ୍କ ସମସ୍ୟା ଓ ସରକାରୀ ସହାୟତା ସମ୍ପର୍କରେ ଜଗତସିଂହପୁର ଜିଲ୍ଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ମିହିର ସାମନ୍ତରାୟ ତାଙ୍କ ପ୍ରତିକ୍ରିୟାରେ କୁହନ୍ତି, ‘‘ ଜିଲ୍ଲାରେ ୫୦୦ ହେକ୍ଟର ଅାଳୁ ଚାଷଜମି ଥିବା ବେଳେ ସେଥିରୁ ବାର୍ଷିକ ୬ ହଜାର ମେଟ୍ରିକ ଟନ ଅାଳୁ ଉପତ୍ାଦନ ହେଉଛି। ବିରିଡି ବ୍ଲକରେ ମାତ୍ର ୧୦ ହେକ୍ଟର ଚାଷଜମିରେ ଅାଲୁଚାଷ ହୁଏ ା ବ୍ଲକରେ ଚାଷୀମାନେ ଅାଳୁ ଅପେକ୍ଷା ଧାନକୁ ଅଧିକ ଅଗ୍ରାଧିକାର ଦେଉଥିବାରୁ ଅାଳୁ ଚାଷ କମୁଛି’’ ବୋଲି ସେ କହିଛନ୍ତି ା ଏହାଛଡା ସରକାରଙ୍କ ନୂତନ କୃଷିନୀତି ଅନୁସାରେ ମିଳିବାକୁ ଥିବା ପ୍ରୋତ୍ସାହନ ସମ୍ପର୍କରେ ସହକାରୀ ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ କିଛି ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧିତ ଖବର