ସିଙ୍ଗାପୁର ଠାରେ ଆସିଆନ୍‌-ଇଣ୍ଡିଆ ବ୍ରେକ୍‌ଫାଷ୍ଟ୍‍ ସମିଟ୍‌ରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦି

ସିଙ୍ଗାପୁର: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ଠାରେ ଆସିଆନ୍‌-ଇଣ୍ଡିଆ ବ୍ରେକ୍‌ଫାଷ୍ଟ୍‌ ସମିଟ୍‌ରେ ଅଂଶ ଗ୍ରହଣ କରି ନିର୍ଦ୍ଧାରିତ ଇଣ୍ଡୋ-ପେସିଫିକ୍‌ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ଏବଂ ବାଣିଜ୍ୟର କେନ୍ଦ୍ରୀୟତା ବିଷୟରେ ଗୁରୁତ୍ୱାରୋପ କରିଛନ୍ତି।

ସମ୍ମାନଜନକ ଫିନ୍‌ଟେକ୍‌ ଫେଷ୍ଟିଭାଲ୍‌ରେ ମୁଖ୍ୟ ଅଭିଭାଷଣ ଦେଇ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ସିଙ୍ଗାପୁର ଗସ୍ତ ଆରମ୍ଭ କରିଥିଲେ।

ସେ ମଧ୍ୟ ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ ଥାଇଲାଣ୍ଡ୍‌ର ପ୍ରଧାନମନ୍ତ୍ରୀଙ୍କ ସହ ପୃଥକ୍‌ ଦ୍ୱିପାକ୍ଷିକ କଥାବାର୍ତ୍ତା କରି ବାଣିଜ୍ୟ, ପ୍ରତିରକ୍ଷା ଏବଂ ନିରାପତ୍ତା ରାଜିନାମା ଦୃଢ଼ କରିବାର ବିଭିନ୍ନ ଉପାୟ ସମ୍ବନ୍ଧରେ ଆଲୋଚନା କରିଥିଲେ।

ମୋଦି ଟୁଇଟ୍‌ କରି କହିଛନ୍ତି: ଆସିଆନ୍‌-ଇଣ୍ଡିଆନ୍‌ ଇନ୍‌ଫର୍ମାଲ୍‌ ବ୍ରେକ୍‌ଫାଷ୍ଟ୍‍ ସମିଟ୍‌ରେ ଆସିଆନ୍‌ ନେତୃବୃନ୍ଦଙ୍କ ସହ ଉତ୍ତମ ଆଲୋଚନା ହେଲା। ଆମେ ଖୁସି ଯେ ଆସିଆନ୍‌ଙ୍କ ସହ ଥିବା ବନ୍ଧନ ଦୃଢ଼ ରହିଛି ଏବଂ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ବିଶ୍ୱ ପାଇଁ ଆମର ଅବଦାନ ରହୁଛି।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ୍‌ ମଧ୍ୟରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର