ବିଦ୍ୟୁତ ତାର ଲାଗି ଯୁବକ ଗୁରୁତର

ଗୋପାଳପୁର,: କିଶୋରନଗର ଥାନ ପ୍ରହରାଜପୁର ପଞ୍ଚାୟତ ଫୁଲରା ଗ୍ରାମ‌େଛେିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୁରଲିଧର ମଲିକଙ୍କ ପୁଅ ଦେବେନ୍ଦ୍ର(୩୦) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡ଼ାହାଣ ହାତ ପାପୁଲି ପୋଡି ଯିବା ସହିତ ଗୋଡ଼ରେ ବି ଅାଘାତ ଲାଗିଛି। ତାଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର