ଯାଜପୁର ଲୋକସଭା ଆସନରେ ଏଥର ତ୍ରିମୁଖୀ ଲଢ଼େଇ

ଯାଜପୁର, (ସଂଗ୍ରାମ ସିଂହ): ଯାଜପୁର ଲୋକସଭା ଆସନରେ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିସହିତ ଏହି ଆସନରେ ରାଜନୈତିକ ଲଢେଇ େରାଚକ ସ୍ଥିତିରେ ପହଞ୍ଚିଲାଣି। ଏକପାଖିଆ ନୁେହଁ, ବରଂ ଏଥର ଏଠାରେ ତ୍ରିମୁଖୀ ଲଢ଼େଇ ହୋଇପାରେ ବୋାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କରୁଛନ୍ତି।

ଆଞ୍ଚଳିକ ଦଳ ବିେଜଡି ଲଗାତାର ଚାରି ଚାରିଟି ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି। ୧୯୯୯ରୁ ଏଯାବତ୍ କବଜାରେ ରଖିଛି ଏହି ଲୋକସଭା ଆସନ। କେଂଗ୍ରସ ଏଥର କଡ଼ା ଟକ୍କର େଦବାକୁ ପାଗ ଭିଡୁଛି। େସହିଭଳି ବିେଜପି ବି ବିଭିନ୍ନ ପ୍ରସଙ୍ଗକୁ ଲୋକଙ୍କ ପାଖରେ ଥୋଇ ଭୋଟ ହାତେଇବାକୁ ଚକ୍କର ଚଳାଇଛି।

ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନକୁ ନେଇ ଯାଜପୁର ସଂରକ୍ଷିତ (ଏସସି)ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ। ଏହି ଆସନରେ କଂଗ୍ରେସ ଓ ଅଣ କଂଗ୍ରେସ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଆସିଛି। ମାତ୍ର ୨୦୧୪ରୁ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ଏଥର ମଧ୍ୟ ବିେଜଡି, ବିେଜପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା େହବାର ସଂଭାବନା ସୃଷ୍ଟି ହୋଇଛି।

୧୯୫୨ ରୁ ୨୦୧୪ ମସିହା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ୬ଥର ବିଜୟ ହୋଇଥିବା ବେଳେ ଜନତା ଦଳ ୩ ଓ ବିଜେଡି ପ୍ରାର୍ଥୀ ଲଗାତାର ୪ଥର ବିଜୟ ହାସଲ କରିଛନ୍ତି। ଏଭଳି ସ୍ଥିତିରେ ବିେଜପିଏଥର ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।

ବିଜେଡି ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ସାଂସଦ ମୋହନ େଜନା ଅଛନ୍ତି। ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ଭାଗ ମହିଳା କାର୍ଡ଼ େଖଳୁଥିବାରୁ ରୀତା ସ୍ଥାନ ବଜାୟ ରଖିବେ ବୋଲି କୁହାଯାଉଛି। ହେଲେ ହାଇକମାଣ୍ଡଙ୍କ ଶୁଭ ଦୃଷ୍ଟିରେ େସ ନଥିବା କୁହାଯାଉଛି।

ବିେଜପି େନତାଙ୍କର ଦିଲ୍ଲୀ ଆସନ ଦଖଲ ଉପରେ ଅଧିକ ନଜର ଥିବାରୁ ଏଠାରେ ସାଂସଦ ପାଇଁ ମଧ୍ୟ ସ୍ବତନ୍ତ୍ର ରଣକୌଶଳ ଗ୍ରହଣ କରିବେ େବାଲି ଚର୍ଚ୍ଚା େହଉଛି। ଗତ ଥର ବିଜେପି ପ୍ରାର୍ଥୀ ଅମିୟ ମଲିକ ଏଥର ବିଂଝାରପୁର ବିଧାନସଭା ଆସନ ପାଇଁ ମନ ବଳାଇଛନ୍ତି। ଲଗାତର କଂଗ୍ରେସ ଟିକେଟରୁ ପରାଜୟ ବରଣ କରୁଥିବା ବବିତା ମଲିକ ତୃଣମୂଳରେ ସଂଗଠନ କରି ବିଜପେି ପ୍ରାର୍ଥୀ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଅମୀୟ ଏଥର ମଧ୍ୟ ଲୋକସଭା ପାଇଁ ବ‌ିଜେପିି ପ୍ରାର୍ଥୀ ହେବେ େବାଲି କୁହାଯାଉଛି।

ଅନ୍ୟପଟେ କଂଗ୍ରେସ ଆଶାୟୀଙ୍କ ମଧ୍ୟରେ ବିଂଝାରପୁର ପୂର୍ବତନ ବିଧାୟକ ଅର୍ଜ୍ଜୁନ ଦାସ, ଯାଜପୁର ପୂର୍ବତନ ନଗରପାଳ ଆଲୋକ େବହେରା ଓ ନିକଟରେ କେଂଗ୍ରସରେ ସାମିଲ ହୋଇଥିବା ଓଡ଼ିଶା ଦଳିତ ଅଧିକାର ମଞ୍ଚର ସଭାପତି ମାନସ େଯନା ଅଛନ୍ତି।

(ଯାଜପୁର) ୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରାର୍ଥୀ                     ଭୋଟ
ବିଜେଡି      ରୀତା ତରାଇ             ୫,୪୧,୩୪୯
କଂଗ୍ରେସ     ଅଶୋକ ଦାସ             ୨୨୧୦୭୮
ବିଜେପି      ଅମିୟକାନ୍ତ ମଲ୍ଲିକ         ୧୫୦୭୮୯
ସ୍ବାଧୀନ      ନବୀନ କୁମାର ଦଳାଇ     ୨୯୧୪୨
ନୋଟା       ………………           ୮୬୫୫

ସମ୍ବନ୍ଧିତ ଖବର