କୋରେଇ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି:ଅଶୋକଙ୍କ ଗଡ଼ରେ ବନ୍ଦିତାଙ୍କ ପ୍ରବେଶ

ଶତାଧିକ ବିଜେଡ଼ି ସମର୍ଥକ କଂଗ୍ରେସରେ ସାମିଲ

ଯାଜପୁର: କୋରେଇ ବିଜେଡ଼ି ପ୍ରାର୍ଥୀ ଅଶୋକ ବଳଙ୍କ ପଞ୍ଚାୟତ ଗନ୍ଧଣରେ ଆଜି କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡ଼ା ଉପସ୍ଥିତି ଜାହିର କରିଛନ୍ତି। ଆଜି ଏହି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି ରସୁଲପୁର ବ୍ଲକ୍ ଗନ୍ଧଣ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ବନ୍ଦିତା ପରିଡ଼ାଙ୍କ ନଟପଡ଼ାସ୍ଥିତ ବାସଭବନରେ ପହଞ୍ଚି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କୋରେଇ ବିଧାନସଭା ମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ୍‌ର ୯ ପଞ୍ଚାୟତକୁ ବିଜେଡ଼ି ଦୁର୍ଗ କୁହାଯାଉଥିବା ‌େବଳେ ଏବେ କଂଗ୍ରେସର ଶକ୍ତି ବୃଦ୍ଧି ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛି।
କଂଗ୍ରେସ କ୍ଷମତାକୁ ଆସିଲେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡ଼ା ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଗତ ୧୯ ବର୍ଷ ଧରି ବିଜେଡ଼ି ସରକାର ଲୋକଙ୍କୁ କେବଳ ଭୂଆଁ ବୁଲାଉଥିବା ବେଳେ ଚଳିତ ଥର କୋରେଇବାସୀ ପରିବର୍ତନ ଆଣିବା ସହିତ କଂଗ୍ରେସ ହାତରେ ଶାସନ େଡ଼ାରି ଦେବାକୁ ଦୃଢ ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ଗନ୍ଧଣ ପଞ୍ଚାୟତର ପୂର୍ବତନ ସରପଂଚ ଜଗବନ୍ଧୁ ସିଂଙ୍କ ସମେତ ରସାନନ୍ଦ ମଲିକ, ଟୁକୁନା ସାମଲ, ବ୍ରଜୁ ପାଇକରାୟ, ଯତିନ ସାହୁ, ଉମେଶ ମଲିକ, ପ୍ରମୋଦ ଦୁଆରୀ, ବଂଟ୍ରା ଗ୍ରାମର ଦେବାଶିଷ ମହାନ୍ତି, ମନୋଜ ମିଶ୍ର, ବିଚିତ୍ର ପାଇକରାୟ, ଦୀପକ ବିଶ୍ବାଳ, ସୁଶାନ୍ତ ମଲିକ, ମାନସ ନାୟକ, ସୁବାସ ମଳିକ, ରବିନ୍ଦ୍ର ସେଠୀ, ବିଜୟ ବିଶ୍ବାଳ, ଗନ୍ଧଣ ଗ୍ରାମର ସତ୍ୟଜିତ୍ ମଲିକ, କ୍ଷୀରୋଦ ମଲିକ, ଅକ୍ଷୟ ବେହେରା, ରାକେଶ ରାଉତ, ଗିରିଧାରୀ ଦେଓ, ମୋତିଲାଲ ସ୍ବାଇଁ, ପ୍ରେମାନନ୍ଦ ସ୍ବାଇଁ, କାଳନ୍ଦି ଦେଓ, ବନମାଳୀ ଦାସ, ସୁରେଶ ଦାସ, ଓମ୍ ପ୍ରକାଶ ମଲିକ, ଜ୍ୟୋତିପ୍ରକାଶ ସ୍ବାଇଁ, ସୁରେନ୍ଦ୍ର ନାୟକ, କୃପାସିନ୍ଧୁ ଦାସ, ହରିହର ମଲିକ, ନରହରି ଦାସ, ରାଜେନ୍ଦ୍ର ଦାସ, ଦେବାଶିଷ ଖୁଂଟିଆ, ବିପିନ ଦେଓ, ଲକ୍ଷ୍ମଣ ବେହେରା, କାର୍ତିକ ବିଶ୍ବାଳ, ଗୋପିନାଥ ବାରିକ, ଶତୃଘ୍ନ ବେହେରା, ଆକାଶ ମଳିକ, ସ୍ବପ୍ନାନନ୍ଦ ବାରିକ, କିର୍ତ୍ତନ ବିଶ୍ବାଳ, ବିଷ୍ନୁ ଦୁଆରୀଙ୍କ ସମେତ ଶତାଧିକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ୩୩ ନମ୍ବର ଜୋନ୍ କଂଗ୍ରେସ ସଭାପତି ମିହିର ମିଶ୍ର, କଂଗ୍ରେସ ନେତା ହୃଦାନନ୍ଦ ସାମଲ, ପ୍ରମୋଦ କୁମାର ପରିଡ଼ା, ଅଜୟ କୁମାର ସାହୁ, ବିଦ୍ୟାଧର ମହାନ୍ତି, ତପନ ନାୟକ, ପରମାନନ୍ଦ ସେଠୀ, ଯୁବ କଂଗ୍ରେସ ସଭାପତି ପ୍ରୀୟବ୍ରତ ସାହୁ ଓ ଦିଲ୍ଲୀପ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର