ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର‌୍‌

ବ୍ୟାସନଗର : ଯାଜପୁରରୋଡ଼ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ରମ୍ପାସ ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୧୯ ତାରିଖରେ ଗ୍ରାମରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ସେହି ଗ୍ରାମର ଜନୈକ ଯୁବକ ସ˚ପୃକ୍ତ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିଲା। ଏହି ସମୟରେ ପୀଡ଼ିତାଙ୍କ ସ୍ବାମୀ ଘରେ ନଥିଲେ। ଫେରିବା ପରେ ପୀଡ଼ିତା ଜଣକ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗ୍ରାମବାସୀମାନେ ଏହାର ଆପୋସ ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିଯୁକ୍ତ ଧରାଛୁଆଁ ନଦେବାରୁ ପୀଡ଼ିତା ଏନେଇ ଗତକାଲି ମଙ୍ଗଳବାର ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ। ‌ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଚଳାଇଛି। ଅଭିଯୁକ୍ତ ଘଟଣା ପରଠାରୁ ଫେରାର‌୍‌ ହୋଇଯାଇଛି। ବାହାରେ ଥାଇ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ଧମକ ଚମକ ଦେଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଆଜି ଯାଜପୁରରୋଡ଼ ପୁଲିସ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ମନୋଜ ବାଇ କହିଛନ୍ତି।

ସମ୍ବନ୍ଧିତ ଖବର